କିଏ କହୁଛି ମିଛ ? ମନ୍ତ୍ରୀ ନା ମିଡ଼ିଆ ! କଟକ ବନ୍ୟାକୁ ଦିଲ୍ଲୀ ସହ ତୁଳନା ପରେ ବିବାଦରେ ମନ୍ତ୍ରୀ

19

କନକ ବ୍ୟୁରୋ : ଭୁବନେଶ୍ୱର ଓ କଟକର ଜଳ ନିଷ୍କାସନ ସମସ୍ୟା ଉପରେ ଟିପ୍ପଣୀ ଦେଇ ବିବାଦରେ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ । ହେଲେ ଏହି ଘଟଣାର ଦୁଇ ଦିନ ପରେ ନିରଂଜନ ବାବୁ ସଫେଇ ଦେଇଛନ୍ତି । ତାହା ପୁଣି ମିଡିଆକୁ କାଠ ଗଡାକୁ ଟାଣି । ଦେଶର ଅନ୍ୟ ସହର ସଂପର୍କରେ ମିଡିଆ ପ୍ରଶ୍ନ କରିବାରୁ ଏପରି କହିଥିବା ସଫେଇ ଦେଇଛନ୍ତି ମନ୍ତ୍ରୀ ନିରଂଜନ ପୂଜାରୀ । ହେଲେ ସୋମବାର ମିଡିଆ ଏପରି କୌଣସି ପ୍ରଶ୍ନ ପଚାରି ନଥିବା ଭିଡିଓ ମନ୍ତ୍ରୀଙ୍କ ମିଛକୁ ପଦାରେ ପକାଇଛି । ପ୍ରଶ୍ନ ଉଠୁଛି, ମନ୍ତ୍ରୀ ମିଛୁଆ ନା ମିଡିଆ?

କଟକ ଭୁବନେଶ୍ୱର ବ୍ୟତୀତ କେଉଁଠି ବି ମନ୍ତ୍ରୀଙ୍କୁ ପଚାରା ଯାଇନି ଅନ୍ୟ ସହର କଥା । ହେଲେ ଏହି ଦୁଇ ମେଟ୍ରୋ ସିଟିର ଜଳ ନିଷ୍କାସନ ସମସ୍ୟାର ସମାଧାନ ପରିବର୍ତ୍ତେ, ମିଡିଆ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ମନ୍ତ୍ରୀ ।