ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ବର୍ଷିଲେ ନିରଞ୍ଜନ ! କହିଲେ, ଓଡ଼ିଶା ଗରିବ ନୁହେଁ, ଓଡ଼ିଶାକୁ ଗରିବ କରାଯାଇଛି

175

କନକ ବ୍ୟୁରୋ : ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ବର୍ଷିଲେ ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ୧୯ ବର୍ଷ ଭିତରେ କଳାହାଣ୍ଡି ଜିଲ୍ଲାର ବିକାଶ ହୋଇପାରିନି । ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନକହିଲେ ଭଲ । ଓଡ଼ିଶା ଗରିବ ନୁହେଁ, ଓଡ଼ିଶାର ଲୋକାମାନେ ଆଜି ଗରିବ । ଏଥିପାଇଁ ଦାୟୀ କେବଳ ଶାସନ । ଓଡ଼ିଶାକୁ ଗରିବ କରାଯାଉଛି । କଳାହାଣ୍ଡିରେ କଂଗ୍ରେସ ଅମଳରେ ତଥା ଅତୀତରେ ଯେତିକି ପ୍ରଗତିମୂଳକ କାମ ହୋଇଥିଲା ସେତିକି ହୋଇଛି । ଆଜି କଳାହାଣ୍ଡି ଦାନମାଝୀଙ୍କ ପାଇଁ ଲୋକପ୍ରିୟ ହୋଇଯାଇଛି । ଦାରିଦ୍ର‌୍ୟ ପାଇଁ ହିଁ କଳାହାଣ୍ଡି ପରିଚିତ ହୋଇଛି ।

କଳାହାଣ୍ଡି ୧୯ ବଷ ଶାସନ କାଳରେ ଗୋଟିଏ ହେଲେ ଜଳସେଚନ ଯୋଜନା ହୋଇପାରିନାହିଁ । କଂଗ୍ରେସ ସମୟରେ ଯେତିକି କାମ କରାଯାଇଥିଲା । ରାଜୀବ ଗାନ୍ଧୀ କଳାହାଣ୍ଡି ବିକାଶ ପାଇଁ କେବିକେ ଯୋଜନା ଆରମ୍ଭ କରିଥଲେ । କିନ୍ତୁ ମୋଦି ସରକାର ସବୁ ଉଠାଇଥିଲେ । ମୋଦି ସରକାରଙ୍କ ଟାର୍ଗେଟ କରି ନିରଞ୍ଜନ କହିଛନ୍ତି ଗରିବ, ମହିଳା, ଚାଷୀଙ୍କ ବେକାରଙ୍କ ପାଇଁ ନୁହେଁ ଏ ସରକାର । ଏ ସରକାର ରିଲାଏନ୍ସ, ବେଦାନ୍ତ ପରି ବଡ଼ ବଡ଼ କମ୍ପାନୀ ପାଇଁ । ସାଧାରଣ ଲୋକ ସୁରକ୍ଷା ନାହିଁ ପାଇଁ ନୁହେଁ ଏ ସରକାର ପୁଞ୍ଜିପତିଙ୍କ ପାଇଁ ।

ସୂଚନାଯୋଗ୍ୟ ଆଜି ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମାତ୍ର ୧୫ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତ ରାହୁଲ । ଭବାନୀପାଟଣା ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଭବାନୀପାଟଣା ସମାବେଶ ପରେ ଅପରାହ୍ନ ପ୍ରାୟ ୨ଟାରେ ସେ ସୁନ୍ଦରଗଡ ଜିଲ୍ଲା ଇସ୍ପାତ ନଗର ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦବୋଧନ ଦେବେ ।