ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ ! କହିଲେ, ମନ୍ତ୍ରୀ, ନେତାଙ୍କୁ ଅଧିକ ଦରମା, ଚାଷୀଙ୍କୁ ଠେଙ୍ଗା

70

କନକ ବ୍ୟୁରୋ: ରାଜ୍ୟରେ ଘଟୁଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢିବା ପ୍ରସଙ୍ଗରେ କଡା ମନ୍ତବ୍ୟ ରଖିଛନ୍ତି ନିରଂଜନ । ସେ କହିଛନ୍ତି ରାଜ୍ୟ ସରକାରଙ୍କ ନୀତି ହେଉଛି, ମନ୍ତ୍ରୀ, ନେତାଙ୍କୁ ଅଧିକ ଦରମା ଆଉ ଚାଷୀଙ୍କୁ ଠେଙ୍ଗା ।

ସୁପ୍ରିମକୋର୍ଟଙ୍କ ନିୟମ ମାନିଲେ ଓଡିଶାକୁ ମିଳିବ ୪୦ ହଜାର କୋଟି ମିଳିବ । ଚାଷୀଙ୍କ ଦାବିକୁ ନଶୁଣି ମନ୍ତ୍ରୀ, ନେତାଙ୍କ ଦରମା ବଢାଇବା ନୈତିକତା ଦୃଷ୍ଟିକୋଣରୁ କେତେ ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ନିରଂଜନ । ଏବେ ରାଜ୍ୟକୁ ଅର୍ଥର ଅଭାବ ନାହିଁ, ହେଲେ ଚାଷୀମାନେ ଅନେକ ଦିନ ହେବ ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି ତଥାପି ତାଙ୍କ କଥା ଶୁଣୁନାହାନ୍ତି । ଖଣି ଅର୍ଥକୁ ଚାଷୀଙ୍କ ପାଇଁ ଖର୍ଚ କରାଯାଉ ବୋଲି କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ, ଚାଷୀଙ୍କ ଦୁର୍ଦ୍ଦିନରେ ଦୁର୍ଦ୍ଦଶା ନବୁଝି ନେତାଙ୍କ ଦରମା ବଢାଇ ସମୀଚିନ ନୁହେଁ ବୋଲି ସେ କହିଛନ୍ତି । ସେହିଭଳି ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିରଂଜନ କହିଛନ୍ତି ଯେ, ବିଜେପି ନେତା ବେପାରୀ ଘରୁ ଆସିଛନ୍ତି । ବିଜନେସ୍ ଟ୍ରେନିଂ ସେମାନଙ୍କର ସବୁବେଳେ ଭଲ । ବିଜେପି ବେପାରୀଙ୍କୁ ସବୁବେଳ ସାହାର୍ଯ୍ୟ କରେ, ଧିରେଧିରେ ପେଟ୍ରୋଲ ଦର ବୃଦ୍ଧି ଏହାର ପ୍ରମାଣ ବୋଲି ସେ କହିଛନ୍ତି ।