ହାତ ଛାଡୁଛନ୍ତି କଂଗ୍ରେସ୍ ନେତା ! ଦୁଷ୍ମନ୍ତ ନାୟକଙ୍କ ଦଳ ଛାଡିବା ଘୋଷଣା ପରେ ପୁଣି ଲାଗିଲା ଝଟକା

19

କନକ ବ୍ୟୁରୋ : ହାତ ଛାଡୁଛନ୍ତି କଂଗ୍ରେସ୍ ନେତା । ଛିଡୁଛି କଂଗ୍ରେସ୍ । ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏବେ ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ମଧ୍ୟ ଦଳ ଛାଡିବା ଘୋଷଣା କରିଛନ୍ତି । ଏହାପରେ ପୁଣି ଲାଗିଛି ଝଟକା । ଦଳର ଏ ଅବସ୍ଥା ପ୍ରତି ପିସିସି ସଭାପତି ଧ୍ୟାନ ଦେବା ଉଚିତ୍ ବୋଲି ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି । ଅନ୍ୟ ନେତା ବି କହୁଛନ୍ତି ନେତା ଓ କର୍ମୀ ଦଳ ଛାଡିବା ଯୋଗୁଁ ଦଳ କ୍ଷତିଗ୍ରସ୍ତ ହେଉଛି ।