ପଂଚାୟତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ମତ ରଖିଲେ ନିରଂଜନ ପଟନାୟକ! କହିଲେ ପରାଜୟ ପାଇଁ କଂଗ୍ରେସ ହିଁ ଦାୟୀ

25

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କଂଗ୍ରେସ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ଦଳର ବିପର୍ଯ୍ୟୟକୁ ନେଇ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟନାୟକ । କହିଛନ୍ତି ପରାଜୟ ପାଇଁ ଆମେ ସମସ୍ତେ ଦାୟୀ । ବିଜେଡି ପ୍ରତି ଲୋକଙ୍କ ବିତୃଷ୍ଣା ଓ କଂଗ୍ରେସ ପ୍ରତି ଅବିଶ୍ୱାସର ଫାଇଦା ଉଠାଇଛି ବିଜେପି । ଦଳର ଅପାରଗତା, ବିଶୃଙ୍ଖଳା ଯୋଗୁଁ ଲୋକଙ୍କ ପାଖରେ ପହଂଚ ପାରିନଥିବା କହିଛନ୍ତି ନିରଜଂନ ।

ବିଫଳତା ପରେ ସରକାରୀ ଦଳ ହିଂସା ପରାୟଣ ହୋଇପଡିଛି । ଯାହା ବିଜେଡିର ବରିଷ୍ଠ ନେତାମାନେ ଦେଉଥିବା ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏବେ ବି ଲୋକଙ୍କୁ ବିଜେଡି ଆତଙ୍କିତ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି କରୁଥିବା ଆତଙ୍କ ସୃଷ୍ଟି କରିଛି ।