ବଦଳିବେନି ପିସିସି ସଭାପତି । ନିରଞ୍ଜନଙ୍କ ହାତରେ ରହିବ ରାଜ୍ୟ କଂଗ୍ରେସର ମଙ୍ଗ ।

547

କନକ ବ୍ୟୁରୋ : ବଦଳିବେନି ପିସିସି ସଭାପତି । ପୂର୍ବଭଳି ନିରଞ୍ଜନଙ୍କ ହାତରେ ରହିବ କଂଗ୍ରେସର ମଙ୍ଗ । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରି ଏନେଇ ସୂଚନା ଦିଆଯାଇଛି । ଆଉ ଏହାସହ ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫାକୁ ମଧ୍ୟ ଅଗ୍ରାହ୍ୟ କରିଛି ଏଆଇସିସି ।

ପିସିସି ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଜ ପଦରେ ରହିବେ । ତେବେ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଗଠନ ହୋଇଥିବା ବିଭିନ୍ନ କମିଟି ଗୁଡିକୁ ଭଙ୍ଗ କରିଛି ଏଆଇସିସି । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ଏଆଇସିସି ସାଧାରଣ ସଂପାଦକ କେସି ବେନୁଗୋପାଳ ।