ଦୀର୍ଘ ଦିନ ପରେ ନିରଂଜନ ଓ ଶ୍ରୀକାନ୍ତ ଭେଟାଭେଟି ! ଉଠିଲା ପ୍ରଶ୍ନ, ଯୋଡ଼ିହେବ କି ଫଟା ମନ?

23

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସକୁ ଏକାଠି କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପୂର୍ବ ମନୋମାଳିନ୍ୟକୁ ଭୁଲି ଦୀର୍ଘ ଦିନ ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଭେଟିଛନ୍ତି ନିରଂଜନ । ଦୁହିଙ୍କ ମଧ୍ୟରେ ଭଲ ସଂପର୍କ ନଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ରୁଦ୍ଧ ଦ୍ୱାର ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ମଙ୍ଗଳବାର ରାତିରେ ଶ୍ରୀକାନ୍ତ ଜେନାଙ୍କ ବାସଭବନକୁ ଯାଇ ନିରଂଜନ ତାଙ୍କ ସହ ଆଲୋଚନା କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ କମ୍ ସମୟ ରହିଥିବାରୁ ପୁନର୍ବାର କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆଲୋଚନା ହୋଇଛି । ଆଗାମୀ ଦିନରେ କିଭଳି ଦଳକୁ ଲୋକଙ୍କ ନିକଟତର କରିହେବ ଓ କଂଗ୍ରେସ୍ ଲୋକଙ୍କ ଆସ୍ଥାଭାଜନ ହେବ ସେଥିନେଇ ନୂଆ ଋଣକୈøଶଳ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି ।