କନକ ନ୍ୟୁଜ୍ ପ୍ରଭାବ ! ନିରାମୟ କେନ୍ଦ୍ର ବାହାରେ ରହିବ ହସ୍ପିଟାଲ ସୁପରିନଟେଣ୍ଡେଂଟ୍ ଓ ସିଡିଏମଓଙ୍କ ନମ୍ବର . . ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ

29

କନକ ବ୍ୟୁରୋ : ରାଜ୍ୟରେ ନିରାମୟର ସ୍ଥିତି ନେଇ କନକ ନ୍ୟୁଜ୍ ଏବଂ ଅକ୍ସଫାମର ମିଳିତ ଅଭିଯାନ- ମୋ ଅଧିକାର ମୋତେ ମିଳୁ । ଏହି ଅଭିଯାନରେ ଆମେ ଆପଣଙ୍କୁ ଦେଖାଉଛୁ ରାଜ୍ୟରେ କେମିତି ଚାଲିଛି ନବୀନ ସରକାରଙ୍କ ଏହି ଲୋକପ୍ରିୟ ଯୋଜନା । ଗ୍ରାଉଣ୍ଡ ଜିରୋରେ ଅସଲ ସ୍ଥିତି ପରଖିଛି କନକ ନ୍ୟୁଜ । ଆଉ ଦେଖିବାକୁ ମିଳିଛି, ହସପିଟାଲରେ ଔଷଧ ବିତରଣ କେନ୍ଦ୍ର ଖୋଲାଯାଇଛି ସତ, ହେଲେ ସେଠାରେ ଔଷଧର ଘୋର ଅଭାବ ରହିଛି । ଏହି ପ୍ରସଙ୍ଗରେ କନକ ନ୍ୟୁଜ କନକ୍ଲେଭରେ ଭାଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି ଏଣିକି ପ୍ରତ୍ୟେକ ନିରାମୟ କେନ୍ଦ୍ର ବାହାରେ ସଂପୃକ୍ତ ହସ୍ପିଟାଲ ସୁପରିନଟେଣ୍ଡେଂଟ ଓ ସିଡିଏମଓଙ୍କ ଟେଲିଫୋନ ନମ୍ବର ଲେଖାଯିବ । ରୋଗୀ ମାଗଣାରେ ଔଷଧ ନପାଇଲେ ସିଧାସଳଖ ଫୋନ କରି ଅଭିଯୋଗ କରିପାରିବେ ।