ମୟୁରଭଞ୍ଜରେ ବାଟବଣା ନିରାମୟ ଯୋଜନା : ରୋଗୀଙ୍କୁ ମିଳୁନି, ମାଟି ଖୋଳିଲେ ବାହାରୁଛି ପୁଳା ପୁଳା ଔଷଧ

466

କନକ ବ୍ୟୁରୋ : ସରକାର କା ମାଲ ଦରିଆ ମେ ଡାଲ । ନିରାମୟ ଯୋଜନାର ନିରାଟ ସତ । ରୋଗୀଙ୍କୁ ମିଳୁନି ହେଲେ ମାଟିରେ ପୋତା ହେଉଛି ଔଷଧ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫେଲ ମାରିଛି ନିରାମୟ ଯୋଜନା । ମାଗଣାରେ ରୋଗୀଙ୍କୁ ଔଷଧ ଯୋଗାଇବେ ପରିବର୍ତ୍ତେ ବୈଧତା ଥିବା ଟ୍ରାକ୍ଟର ଟ୍ରାକ୍ଟର ଔଷଧ ଡାକ୍ତରଖାନା ପରିସରରେ ପୋତି ଦିଆଯାଇଛି ।

ଯଶିପୁର ଡାକ୍ତରଖାନା ଉପରେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ନିର୍ଭର କରନ୍ତି । ଶହ ଶହ ଲୋକଙ୍କ ଭରସା ଥିବା ଡାକ୍ତରଖାନାରେ ନିରାମୟ ଯୋଜନା ବାଟବଣା ହୋଇଛି । ମାଟି ଖୋଳିଲେ ବାହାରୁଛି ଔଷଧ । ବୈଧତା ଥିବା ଟ୍ରାକ୍ଟର ଟ୍ରାକ୍ଟର ମେଡ଼ିସିନ୍ ପୋତାଯାଇଛି । ରାଜ୍ୟ ସରକାର ନିରାମୟ ଯୋଜନା କାର୍ଯ୍ୟକାରୀ କରି ସବୁ ସରକାରୀ ଡାକ୍ତରଖାନାରେ ଜରୁରୀ ଔଷଧ ମାଗଣାରେ ଯୋଗାଇବା ପାଇଁ ଯୋଜନା କରିଛନ୍ତି । କିନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣ ଜାଣିପାରିବେ ରୋଗୀଙ୍କୁ କେଉଁ ପ୍ରକାର ଔଷଧ ଦିଆଯାଉଛି । ଲୋକଙ୍କୁ ମାଗଣାରେ ବଣ୍ଟନ କରିବା ବଦଳରେ ଆଇରନ୍ ଫୋଲିକ୍ ଏସିଡ଼୍ , ଇଞ୍ଜେନକ୍ସନ, ଓଆରସ୍ ମାଟିରେ ପୋତି ଦିଆଯାଉଛି । ଏବେ ପରିମାଣର ଔଷଧ ବିଳିଲା କିପରି ଆଉ ପୋତିବା ପାଇଁ କିଏ ନିର୍ଦ୍ଦେଶ ଦେଲା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଏ ଘଟଣାକୁ ସଫା ସଫା ମନା କରିଦେଇଛନ୍ତି । ବୈଧତା ଥିବା ଔଷକ୍ଷ ଗୁଡ଼ିକ ଭିନ୍ନ ସ୍ଥାନରେ ରଖାଯାଇଛି ବୋଲି ଯୁକ୍ତି ବାଢ଼ିଛନ୍ତି । କିନ୍ତୁ ଘଟଣାସ୍ଥଳରେ ଚିତ୍ର ଅନ୍ୟ କିଛି ବୟାନ କରୁଛି । ନିରାମୟ ଯୋଜନାରେ ରୋଗୀଙ୍କ ପାଇଁ ଆସୁଛି ମାଗଣା ଔଷଧ ଆସୁଛି । ମାତ୍ର ଏହାର ସଠିକ୍ ଉପଯୋଗ ହୋଇପାରୁନି । ବୈଧତା ପୂର୍ବରୁ ମେଡ଼ିସିନ୍ ପୋତିଦେବା ଘଟଣା ନିରାମୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।