ଥମୁନି ନିପା ଭାଇରସ ଆତଙ୍କ ! ସତର୍କ ରୁହନ୍ତୁ, କୋଲକାତାରେ ଗଲା ଜଣେ ଯବାନଙ୍କ ଜୀବନ । 

26

ଦିନକୁ ଦିନ ବଢିଚାଲିଛି ନିପା ଭାଇରସର ପ୍ରଭାବ । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ପଶ୍ଚିମ ବଙ୍ଗଳାର ରାଜଧାନୀ କୋଲକାତାରେ ନିପାହ ଭାଇରସ ସଂକ୍ରମଣରେ ଏକ ସୈନିକର ମୃତ୍ୟୁ ଘଟିଛି । ଏହି ନିପା ଭାଇରସ କେରଳ ଏବଂ କର୍ଣ୍ଣାଟକରେ ବହୁ ଲୋକଙ୍କ ଜୀବନ ନେବା ପରେ ଏବେ ପହଞ୍ଚିଛି କୋଲକାତାରେ । ଏହାର କୌଣସି ସଠିକ ପ୍ରତିଷୋଧକ ଔଷଧ ବାହାରି ନଥିବାରୁ ଏଥିରେ ପୀଡିତ ଲୋକମାନଙ୍କୁ ବଞ୍ଚାଇବା ସହଜ ହେଉ ନାହିଁ ।

ସୂଚନା ଅନୁଯାୟୀ, ମୃତ ସୈନିକ ଶିନୁ ପ୍ରସାଦ କେରଳ ସ୍ଥିତ ଏକ ଗାଁରେ ରହୁଥିଲେ । ସେଠାରେ ରହୁଥିବା ଅବସ୍ଥାରେ ଗତ କିଛି ଦିନ ତଳେ ତାଙ୍କୁ ଖୁବ ଜୋରରେ ଜ୍ୱର ହୋଇଥିଲା । ତେଣୁ ନିପା ସଂକ୍ରମିତ ଥିବା ସନ୍ଦେହ କରାଯାଇ ଶିନୁଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଗତ ୨୦ ତାରିଖରେ ତାଙ୍କୁ କୋଲକାତାର ଆର୍ମି ମାନଙ୍କ ପାଇଁ ଥିବା କମାଣ୍ଡୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କମାଣ୍ଡୋ ହସ୍ପିଟାଲରେ ଥିବା ଡାକ୍ତର ଶିନୁଙ୍କର ଅନେକ ପ୍ରକାର ଚିକିତ୍ସା  ମଧ୍ୟ କରିଥିଲେ । ସବୁକିଛି ଠିକ ଠାକ ଚାଲିଥିବା ବେଳେ ଗତ ରବିବାର ଦିନ ଶିନୁ ମେଡିକାଲରେ ଆଖି ବୁଜିଦେଇଥିଲେ ।