ଫେରିଲା ମାରାତ୍ମକ ନିପାହ ଭାଇରସ୍ : ଖାଇବା ପୂର୍ବରୁ ଭାଇରସ ବ୍ୟାପୁଥିବା ଫଳ ଓ ପନିପରିବାର କରିନିଅନ୍ତୁ ଚିହ୍ନଟ

2,404

କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ନିପାହ ଭାଇରସ୍ ମାମଲା ସାମନାକୁ ଆସିଛି । ନିପାହ ଭାଇରସର ଲକ୍ଷଣ ଥିବା ରୋଗୀଙ୍କୁ ଯାଂଚ କରାଯାଇଛି । ଗତବର୍ଷ ମଧ୍ୟ ଏହି ସମୟରେ କେରଳରେ ନିପାହ ଭାଇରସ୍ ବ୍ୟାପିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିପାହକୁ ଏକ ବିପଦଜନକ ରୋଗ କହିଥିଲା । ଡବ୍ଲ୍ୟୁଏଚଓ ମୁତାବକ, ନିପାହ ଭାଇରସ ବାଦୁଡିଙ୍କ ଠାରେ ଦେଖିବାକୁ ମିଳେ । ବୈଜ୍ଞାନିକଙ୍କ ମୁତାବକ, ବାଦୁଡିଙ୍କ ଜରିଆରେ ଫଳରେ ଏହି ନିପାହ ଭାଇରସ ବ୍ୟାପେ । ଯେଉଁ ଫଳକୁ ନିପାହ ଭାଇରସ ଆକ୍ରାନ୍ତ ବାଦୁଡି ଖାଆନ୍ତି, ସେଥିରେ ଭାଇରସ ମିଳେ । କେରଳକୁ ପୁଣି ଥରେ ନିପାହ ଫେରିବାରୁ ଲୋକମାନେ ଫଳ ଓ ପନିପରିବା ଠାରୁ ଦୂରେଇ ଗଲେଣି । ବିଶେଷ କରି ଖରା ଦିନର ପ୍ରସିଦ୍ଧ ଫଳ ଆମ୍ବକୁ ନେଇ ଲୋକେ ସତର୍କ ହୋଇଗଲେଣି । ସେଥିପାଇଁ ଏହି ଖରାରେ କେରଳରୁ ଆସୁଥିବା ଜିନିଷରୁ ବଂଚନ୍ତୁ ।

ଖଜୁରୀ ଓ ଆମ୍ବ ଠାରୁ ବେଶୀ ବିପଦ :

କେରଳରେ ସବୁଠାରୁ ଅଧିକ ଖଜୁରୀ ଓ ଆମ୍ବର ରପ୍ତାନୀ ହୁଏ । ଏହା ପୁରା ଦେଶରେ ରପ୍ତାନୀ କରାଯାଏ । ଏହା କହିବା ମୁସ୍କିଲ ଯେ, କେଉଁ ଫଳରୁ ଅଧିକ ବ୍ୟାପେ । କିନ୍ତୁ ଖଜୁରୀରେ ଏହା ସର୍ବାଧିକ ହୋଇଥାଇପାରେ । ଗତବର୍ଷ ଖଜୁରୀରୁ ନିପାହ ଭାଇରସ୍ ବ୍ୟାପିଥିଲା । କେରଳର ଖଜୁରୀରୁ ପୁରା ଭାରତରେ ବ୍ୟାପିଥିଲା । ଯଦ୍ୱାରା ୧୭ ଲୋକଙ୍କ ମୃତ୍ୟୁ ହୋଇଥିଲା । ଖଜୁରୀ ଚାଷ କରୁଥିବା ଲୋକ ଏହି ସଂକ୍ରମଣରେ ଅଧିକ ଆସନ୍ତି ବୋଲି ଜଣାପଡିଛି ।