୯ ଜିଲ୍ଲାକୁ ମରୁଡି ଘୋଷଣା କଲେ ରାଜ୍ୟ ସରକାର ! ରିଲିଫ ସହାୟତା ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

୬୬ ବ୍ଲକର ୫୬୬୩ ଗାଁକୁ ସରକାର ମରୁଡି ଘୋଷଣା

2,669
କନକ ବ୍ୟୁରୋ : ୯ ଜିଲ୍ଲାକୁ ମରୁଡି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ୬୬ ବ୍ଲକର ୫୬୬୩ ଗାଁକୁ ସରକାର ମରୁଡି ଘୋଷଣା କରିଛନ୍ତି । ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଜମିରେ ମରୁଡି ହୋଇଛି । ବରଗଡ, ଝାରସୁଗୁଡା, ନୂଆପଡା, କଳାହାଣ୍ଡି,ନବରଙ୍ଗପୁର,ସମ୍ବଲପୁର, ଦେଓଗଡ, ବଲାଙ୍ଗୀର ଓ ସୁନ୍ଦରଗଡରେ ମରୁଡି ଘୋଷଣା କରାଯାଇଛି । ରିଲିଫ ସହାୟତା ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।
ସୂଚନାଯୋଗ୍ୟ ଏହି ଜିଲ୍ଲା ଗୁଡ଼ିକରେ କମ ବୃଷ୍ଟି ହୋଇଥିଲା । ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ୍ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ତେବେ ଏନେଇ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିପାରନ୍ତି  । ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ବି ଆଜି ରାଜ୍ୟ ସରକାରଙ୍କ ଘୋଷଣାରେ ଚାଷୀମାନେ ଟିକିଏ ଆଶ୍ୱସ୍ତି ଅନୁଭବ କରିବେ । ତେବେ ଏଥିପାଇଁ ବ୍ଲକ ଅଧିକାରୀ,କୃଷି ଅଧିକାରୀ ତୃଣମୂଳ ସ୍ଥରକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ । ରିପୋର୍ଟ  ତାଳମେଳ କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଦେଲାପରେ ସରକାର ୯ ଜିଲ୍ଲାକୁ ମରୁଡି ଘୋଷଣା କରିଛନ୍ତି ।