କନକ ଷ୍ଟୁଡିଓରେ ସିନେମା ‘ନିମକି’ ର ସୁଟିଂ! ସୁଟିଂ ସେଟରେ ଓଲିଉଡ୍ କ୍ୱିନ୍ ବର୍ଷାଙ୍କ ସହ ନଜର ଆସିଲେ ବାରବାଟୀ ବିଧାୟକ ।

62

ଓଲିଉଡରେ ଆରମ୍ଭ ହୋଇଯାଇଛି ‘ନିମକି’ଙ୍କ ଯାତ୍ରା । ମାନେ ଆଗାମୀ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଆରମ୍ଭ ହୋଇଯାଇଛି ସୁଟିଂ । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି ।

ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ହୋଇଥିବା ବେଳେ, ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ତେବେ ଜୋରସୋରରେ ଆଗେଇ ଚାଲିଛି ଫିଲ୍ମ ନିମକି – ନିମପୁରରୁ ନବିନ ନିବାସର ସୁଟିଂ । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ବିଭିନ୍ନ ସ୍ଥାନରେ ଏହାର ସୁଟିଂ କାମ ଆରମ୍ଭ ହୋଇଥିବା ବେଳେ ଆଜି ଅପରାହ୍ନରେ ସୁଟିଂ ଦେଖିବାକୁ ମିଳିଥିଲା କନକ ନ୍ୟୁଜ ସେଟରେ । ଅଭିନେତ୍ରୀ ବର୍ଷାଙ୍କ ସହ ନଜର ଆସିଥିଲେ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତାରାୟ ।
ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଆଗକୁ ଏହି ଫିଲ୍ମରେ କ’ଣ ସବୁ ରୋମାଂଚକର ଦୃଶ୍ୟ ଦେଖିବାକୁ ମିଳିବ ତାହା ବାକି ରହିଲା ।