ଆଜି ପରଦାକୁ ଆସୁଛି ବହୁ ପ୍ରତୀକ୍ଷିତ ଓଡିଆ ସିନେମା ‘ନିମକି’ । ଜଣେ ସାଧାରଣ ଝିଅର ଅସାଧାରଣ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର

ଫିଲ୍ମର ପ୍ରିମିୟରରେ ଯୋଗଦେବେ ଜୟା ବଚ୍ଚନ

259

କନକ ବ୍ୟୁରୋ: ଆଜି ପରଦାକୁ ଆସୁଛି ବହୁ ପ୍ରତୀକ୍ଷିତ ଓଡିଆ ସିନେମା ‘ନିମକି’ । ଜଣେ ସାଧାରଣ ଝିଅର ଅସାଧାରଣ କାହାଣୀ ଦେଖିବାକୁ ମିଳିବ ଏହି ସିନେମାରେ । ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ନିମକି – ନିମପୁରରୁ ନବୀନ ନିବାସ’ ଆଜି ସାରା ଓଡିଶାର ୬୦ରୁ ଅଧିକ ସିନେମା ହଲରେ ମୁକ୍ତିଲାଭ କରିବ ।

ସକାଳ ୧୧ଟାରେ କଟକ ଜୟଶ୍ରୀରେ ସିନେମାର ପ୍ରିମିୟର ଶୋ ହେବ । ଏଥିରେ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେବେ ବୋଲି ଜଣାପଡିଛି । ଏହା ପୂର୍ବରୁ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟି ସିନେମା ଦେଖିବାକୁ ନିମନ୍ତ୍ରଣ କରିଛନ୍ତି । ତେବେ ନିମକି ନିମପୁରରୁ ନବୀନ ନିବାସ ଚଳଚ୍ଚିତ୍ରଟି ବର୍ଷାଙ୍କ ଡିମ୍ ପ୍ରୋଜେକ୍ଟ ବୋଲି କହିଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ।

 

ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ସିନେମାରେ ନିମକି ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଚଳଚ୍ଚିତ୍ରର ପ୍ରଯୋଜନା ଓ କାହାଣୀ ରଚନା କରିଛନ୍ତି ନିଜେ ବର୍ଷା । ସେହିପରି ଚଳଚ୍ଚିତ୍ରର ସଂଳାପ ଲେକିଛନ୍ତି ଦିଲ୍ଲୀପ ଚୌଧୁରୀ । ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ସୁଶାନ୍ତମଣି ।