ନିମାପଡାର ପ୍ରସିଦ୍ଧ ପରିଚୟ ଛେନାଝିଲ୍ଲୀ : ପର୍ଯ୍ୟଟକଙ୍କୁ ପାଗଳ କରୁଛି ନିମାପଡା ଛେନାଝିଲ୍ଲୀର ସ୍ୱାଦ ।

1,770

ପାରମ୍ପରିକ ସୁଆଦିଆ ମିଠା କଥା ମନେ ପଡିଲେ ଛେନା ଝିଲ୍ଲୀ କଥା ଆଗ ମନକୁ ଆସେ । ଆଉ ନିମାପଡାରେ ଛେନା ଝିଲ୍ଲୀ ଖାଇବାର ମଜା ହିଁ ନିଆରା। ଯେଉଁ ପର୍ଯ୍ୟଟକ ମ।ନେ କୋଣାର୍କ, କି ପୁରୀ ବୁଲିବାକୁ ଆସନ୍ତି ସେମାନଙ୍କ ଗାଡି କେଉଁଠି ଅଟକୁ କି ନ ଅଟକୁ କିନ୍ତୁ ନିମାପଡାରେ ନିହାତି ଅଟକେ । ଫେରିଲା ବେଳେ ନିମାପଡାର ପ୍ରସିଦ୍ଧ ଛେନାଝିଲ୍ଲୀ ଦୋକାନୀ ଆର୍ତ୍ତବନ୍ଧୁ ସାହୁଙ୍କ ମିଠା ଦୋକାନକୁ ଆସି ଛେନାଝିଲ୍ଲୀ ଖାଇବାର ମଜା ଉଠାନ୍ତି ପର୍ଯ୍ୟଟକ । ଖାଇବା ସହ ଗୋଟିଏ ଗୋଟିଏ ପ୍ୟାକେଟ ଘରକୁ ନେବାକୁ ବି ଭୁଲନ୍ତି ନାହିଁ ଖାଦ୍ୟପ୍ରେମୀ । ବିବାହ , ବ୍ରତ , ଜନ୍ମଦିନ ଆଦିରେ ନିମାପଡାର ଆର୍ତ୍ତ ସାହୁଙ୍କ ମିଠାଦୋକାନରୁ ଛେନା ଝିଲ୍ଲୀ ବରାଦ ହୋଇଯାଏ । ବିଭିନ୍ନ ଅଞ୍ଚଳରେ ଛେନାଝିଲ୍ଲୀ ବିକ୍ରି କରାଯାଉଥିଲେ ବି ନିମାପଡାର ଆର୍ତ୍ତବନ୍ଧୁ ସାହୁ ଦୋକାନର ଛେନାଝିଲ୍ଲୀର ଟେଷ୍ଟ ନିଆରା ।

ଭୁବନେଶ୍ବରରୁ ପିପିଲି ବାଟ ଦେଇ କୋଣାର୍କ ଆସିଲା ବାଟରେ ପଡେ ନିମାପଡା । ଏହାର ଗୋଲେଇ ଛକର ଡାହାଣ କଡ଼ରେ ପଡେ ଆର୍ତ୍ତବନ୍ଧୁ ସାହୁ ମିଠା ଦୋକାନ । ବିଶ୍ୱ ପ୍ରସିଦ୍ଧ ଛେନାଝିଲ୍ଲୀ ଏଠାରେ ମିଳେ । ରାଜ୍ୟ ତଥା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏହି ଦୋକାନକୁ ଆସନ୍ତି ,ନିଜେ ଖାଇ ବନ୍ଧୁ ବାନ୍ଧବଙ୍କ ପାଇଁ ମଧ୍ୟ ଛେନା ଝିଲ୍ଲୀ ପ୍ୟାକେଟ ନେଇଯାନ୍ତି । ସ୍ଵର୍ଗତ ଆର୍ତ୍ତବନ୍ଧୁ ୧୯୪୦ ମସିହାରେ ଏହିଠାରେ ଏକ ଝୁଂପୁଡି ତ।ଳତାଟି କୁଡିଆରେ ଛୋଟ ମିଠା ଦୋକାନ ଟିଏ ଖୋଲିଥିଲେ। ଏଠାରୁ ସେ ଛେନା ଝିଲ୍ଲୀ ତିଆରି କରିବା ଶିଖିଲେ । ପ୍ରଥମେ ମଇଦାରେ ଛେନା ଜଲେବି ତିଆରି କରୁଥିଲେ । ପରେ ପରେ ତାଙ୍କ ମନକୁ ଛେନାଝିଲ୍ଲୀ ତିଆରି କରିବାର ଉପାୟ ଆସିଲା । ସେ ଅନେକ ପରୀକ୍ଷା ନିରୀକ୍ଷା ପରେ ଛେନାଝିଲ୍ଲୀ ତିଆରି କରିବା ଆରମ୍ଭ କଲେ ଯାହା ଗ୍ରାହକ ମାନଙ୍କୁ ବେସ ପସନ୍ଦ ଆସିଲା । ପ୍ରଥମେ ଛେନାରେ ମଇଦା ଓ କିଛି ଗୁଜୁରାତି ଗୁଣ୍ଡକୁ ମିଶାଇ ଗୋଳାଇ ଦିଆଯାଏ । ଗୋଳିଆ ଛେନାକୁ ଏକ କପଡାରେ ପୁରାଇ ଛୋଟଛୋଟ ଗୁଳା କରାଯାଏ । ଚୂଲିରେ କଡେଇ ବସାଇ ଗରମ ଘିଅରେ ଏହି ଛେନାକୁ ଛାଡି ଦେଇଥାଏ କାରିଗର । ୧୫ ମିନିଟ ପରେ ଏହାକୁ ଛାଣି ଗରମ ଚିନି ଶିରାରେ ଛାଡିଦିଆଯାଏ । ଯାହା କିଛି ସମୟପରେ ଛେନାଝିଲ୍ଲୀରେ ପରିଣତ ହୋଇଯାଏ । ଛେନାଝିଲ୍ଲୀ ପ୍ରସ୍ତୁତ ହେବାକୁ ମାତ୍ର ୩୦ ରୁ ୪୦ ମିନିଟ୍ ସମୟ ଲାଗେ । ଜଲେପିର ପରବର୍ତ୍ତୀ ସଂସ୍କରଣ ଛେନାଝିଲ୍ଲୀ ବୋଲି ସ୍ଵର୍ଗତ ଆର୍ତ୍ତବନ୍ଧୁ ଙ୍କ ପୁଅ ରସ।ନନ୍ଦ ସାହୁ କହିଛନ୍ତି । ଆର୍ତ୍ତବନ୍ଧୁ ସିନା ନାହାନ୍ତି ହେଲେ ତାଙ୍କ ପିଲାମାନେ ଏହି ଛେନାଝିଲ୍ଲୀ ଦୋକାନକୁ ଆଜି ଉଦଜୀବିତ କରିରଖିଛନ୍ତି । ଆଜି ସ୍ଵର୍ଗତ ଆର୍ତ୍ତବନ୍ଧୁଙ୍କ ମାନସପୁତ୍ର ଭାବେ ଛେନାଝିଲ୍ଲୀ ତାର କ୍ରେଜ ବଜାୟରଖିଛି । ନିମାପଡାର ଏହି ପ୍ରସିଦ୍ଧ ଝେନାଝିଲ୍ଲୀର ଟେଷ୍ଟ ଭଗବାନଙ୍କ ଦାନ ବୋଲି ଏଠାକାର ଗ୍ରାହକ ମାନେ କୁହନ୍ତି ।