ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଉତେଜନା : ନୀଳଗିରିର ସନ୍ତରାଗଡିଆରେ ଉତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

57

କନକ ବ୍ୟୁରୋ : ଛାତ୍ର ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ । ବାଲେଶ୍ୱର ନୀଳଗିରିର ସନ୍ତରାଗଡିଆ ନିକଟରେ ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଖିଲାର ବୋଲି ଜଣାପଡିଛି । ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି ସ୍ଥାନୀୟଲୋକେ ।

ରାସ୍ତାରୋକ କରିବା ସହ ସେଠାରେ ଥିବା ୨ଟି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ । ଗୋଟିଏ ସରକାରୀ ମଦ ଦୋକାନ ଓ ଗୋଟିଏ ଗ୍ରୋସରୀ ଦୋକାନ ଜାଳିଦେଇଛନ୍ତି । ସନ୍ତରାଗଡିଆ ବଜାର ନିକଟରେ ବେଆଇନ୍ ଇଟାଭାଟି ଓ ମଦ ଦୋକାନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର, ଏସଡିପିଓ ଓ ଆଇଆଇସି ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :