ନୀଳଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା ପ୍ରତିବାଦରେ ତାତିଲେ ଲୋକେ ! ନ୍ୟାୟ ଦାବିରେ ରାସ୍ତା ଅବରୋଧ

27

କନକ ବ୍ୟୁରୋ : ନୀଳଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାର ପ୍ରତିବାଦ । ନ୍ୟାୟ ଦାବିରେ ରାସ୍ତା ଅବରୋଧ କଲେ ଜୀବନ ଜୀବିକା ଜଙ୍ଗଲ ସୁରକ୍ଷା ମଂଚ । ଚାଷ ଜମିକୁ ଜଗି ମଂଚା ଉପରେ ମହିଳା ଜଣକ ଶୋଇଥିବା ସମୟରେ ତିନିଜଣ ବନ ବିଭାଗ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଥିଲେ । ହେଲେ ଦୋଷୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀଙ୍କ ସମେତ ୮ ଜଣକୁ ଗିରଫ କରିଛି ପୋଲିସ । ଯାହା ପାଇଁ ପ୍ରତିବାଦକୁ ଓହ୍ଲାଇଛନ୍ତି ଜୀବନ ଜୀବିକା ଜଙ୍ଗଲ ସୁରକ୍ଷା ମଂଚ । ସଂଗଠନର ଆବାହକ ରଥ ସିଂ ଅଧ୍ୟକ୍ଷତାରେ ଏହି ପ୍ରତିବାଦ କରାଯାଇଛି । ଦୋଷୀଙ୍କୁ ଖୁବ ଶୀଘ୍ର ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

gangrape

ସୂଚନାଯୋଗ୍ୟ ନୀଳଗିରିରେ କିଛି ଦିନ ପୂର୍ବରୁ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଧାନ ଜଗିବାକୁ ଯାଇଥିବା ବେଳେ ଜଣେ ଫରେଷ୍ଟଗାର୍ଡ଼ ଓ ୩ ସବୁଜବାହିନୀ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଥିଲେ । ତେଣ୍ଡା ଗ୍ରାମର ଜଣେ ମହିଳା ତାଙ୍କ ଟାଇଚୁଙ୍ଗ ଧାନ ଜଗିବା ପାଇଁ କୁଲଡିୟା ଅଭୟାରଣ୍ୟର ତେଣ୍ଡା ବିଟ୍ ହାଉସ ନିକଟରେ ଥିବା ସାତଘାଟି ବନ୍ଧ ତଳେ ତିଆରି କରିଥିବା ମଞ୍ଚାରେ ରାତିର ଶୋଇଥିଲେ । ଆଉ ରାତି ପ୍ରାୟ ୧୨ଟା ବେଳେ ବିଟ୍ ହାଉସର ଫରେଷ୍ଟର ଅଞ୍ଜନ ଦାସ, ଗଣେଶ୍ୱର ବିଶ୍ୱାଳ,ଖୁଦିରାମ ସିଂହ ଓ ମୁସକାନ ସିଂହ ସେଠାରେ ପହଞ୍ଚି ଏହି ୪୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗାଁ ଲୋକେ ମହିଳାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ବିଟ୍ ହାଉସରେ ପହଞ୍ଚି ଘେରାଉ କରିଥିଲେ । ସେଠାରୁ କୌଶଳକ୍ରମେ ମୁସକାନ ସିଂହ ଖସିଯାଇଥିବା ବେଳେ ଗାଁ ଲୋକେ ଅନ୍ୟ ୩ ଜଣ ଅଭିଯୁକ୍ତ ବନକର୍ମଚାରୀଙ୍କୁ ଧରି ଗାଁକୁ ଆଣି ଗଛରେ ବାନ୍ଧି ଦେଇଥିଲେ । ଏ ନେଇ ନୀଳଗିରି ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ବନକର୍ମଚାରୀଙ୍କୁ ଗିରଫ କରିଥିଲା ।