ବିବାହ ବନ୍ଧନରେ ବାନ୍ଧି ହେଲେ ନୀଳଗିରିର ଯୁବରାଜ : ସାମ୍ବାଦିକା ହର୍ଷିତା ସିଂ’ଙ୍କ ହାତ ଧରିଲେ ଜନ୍ମେଜୟ ମର୍ଦ୍ଦରାଜ

89

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୀଳଗିରିର ଯୁବରାଜ । ବାଲେଶ୍ୱର ଜିଲ୍ଲା ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ଓ ରାଣୀସାହେବା ମନୋଜାମଂଜରୀଙ୍କ ପୁଅ ଯୁବରାଜ ଜନ୍ମେଜୟ ମର୍ଦ୍ଦରାଜଙ୍କ ବାହାଘର ଶେଷ ହୋଇଛି । ସେ ସାମ୍ବାଦିକା ହର୍ଷିତା ସିଂଙ୍କୁ ବିବାହ କରିଛନ୍ତି । ମଧ୍ୟପ୍ରଦେଶର କୋଠ ସ୍ଥିତ ମହାରାଜା ଗୋବିନ୍ଦପ୍ରତାପଙ୍କ ନାତୁଣୀଙ୍କୁ ବାହା ହୋଇଛନ୍ତି ଯୁବରାଜ ।

୨୦ ତାରିଖ ଦିନ ରାଜପରିବାର ବନ୍ଧୁବାନ୍ଧବ ସହ ମଧ୍ୟପ୍ରଦେଶରେ ପହଚିଂଥିଲେ । ଗତକାଲି ବିବାହ ସଂପନ୍ନ ହୋଇଥିଲା । ବିବାହ ଉତ୍ସବରେ ପୁରୀ ଗଜପତି ଦିବ୍ୟସିଂହଦେବ, ଢେଙ୍କାନାଳ ରାଜା କାମାକ୍ଷାପ୍ରସାଦ ସିଂଦେଓ, ଛତିଶଗଡ ମହାରାଜା କମଳଚନ୍ଦ୍ର ଭଂଜଦେଓ, ଆଳି ରାଜା ଓ ବଡମ୍ବା ରାଜା ଯୋଗ ଦେଇଥିଲେ । ଆସନ୍ତାକାଲି ବରକନ୍ୟା ନୀଳଗିରି ରାଜଭବନକୁ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୫ ତାରିଖ ଦିନ ପ୍ରୀତିଭୋଜନ କାର୍ଯ୍ୟକ୍ରମ ରହିଥିବା ରାଜପରିବାରୁ ପକ୍ଷରୁ ଜଣାପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :