ବିଜେଡିକୁ ବାଏ ବାଏ କଲେ ନୀଳଗିରି ବିଧାୟକ । ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ ?

941

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇବା ସହ ବିଜେଡିକୁ ବାଏ ବାଏ କରିଛନ୍ତି ସୁକାନ୍ତ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାଛଡା ଦଳରେ ତାଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି ସୁକାନ୍ତ । ଏହାପୂର୍ବରୁ ଦଳର ଏକ ମିଶ୍ରଣପର୍ବରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ସୁକାନ୍ତ । ଜିଲ୍ଲା ସଭାପତିଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଦଳରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ ।

ଏହାପୂର୍ବରୁ ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ଅଣଦେଖା କରାଯାଉଥିବା ଅନୁଭବ କରି ବଳଭଦ୍ର ମଧ୍ୟ ବିଜେଡିକୁ ବାଏ ବାଏ କରିଥିଲେ । ତେବେ ନିର୍ବାଚନ ପୂର୍ବରୁ ଦୁଇ ନିର୍ବାଚିତ ପ୍ରତିନିଧି ବିଜେଡି ହାତ ଛାଡିବା ପରେ ଦଳକୁ ଝଟକା ଲାଗିଛି । ତେବେ ଉଭୟ ନେତା କେଉଁ ଦଳରେ ଯୋଗ ଦେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।