ପୁରୀ ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗ : ଫେରାର ସେବାୟତ କାଶୀନାଥ ଖୁଂଟିଆ ଗିରଫ

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ମାମଲାରେ ପଳାତକ ଘୋଷିତ ସେବାୟତ କାଶୀନାଥ ଖୁଂଟିଆ ଗିରଫ ହୋଇଛନ୍ତି । କାଶୀନାଥଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୁଲିସ । ଗତକାଲି ରାତିରୁ କାଶୀନାଥଙ୍କୁ ଅଟକ ରଖିଥିଲା ପୁଲିସ । କାଶୀନାଥଙ୍କ ସମେତ ୭ଜଣ ସେବାୟତଙ୍କୁ ପଳାତକ ଘୋଷଣା କରିବା ସହ ସେମାନଙ୍କ ସମ୍ପତି ବାଜ୍ୟାପ୍ତି କରିବା ନେଇ ଘୋଷଣା କରାଯାଇଥିଲା । ତେବେ କାଶୀନାଥଙ୍କୁ ଗିରଫ କରିଥିବା ସିଂହଦ୍ୱାର ଥାନା ପୁଲିସ ବାକି ୬ ଜଣ ସେବାୟତଙ୍କୁ ଖୋଜୁଛି । ନୀଳାଦ୍ରି ବିଜେ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ଶ୍ରୀଜିଉଙ୍କ ନୀତି ବନ୍ଦ ରଖିଥିଲେ ସେବାୟତ ମାନେ,ଏମିତିକି ଜିଲ୍ଲାପାଳଙ୍କୁ ମଧ୍ୟ ଛାଡିନଥିଲେ ।