ନୀଳାଦ୍ରି ବିଜେ ବିଶୃଙ୍ଖଳା ମାମଲା : ୯ ସେବାୟତଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି

18

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ମାମଲାରେ ଗିରଫ ୧୨ ଜଣ ସେବାୟତଙ୍କ ମଧ୍ୟରୁ ଆଜି ୯ ଜଣଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବ । ପୁରୀ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏହି ଆବେଦନ ଶୁଣାଣି ହେବ । ଜିଲ୍ଲାପାଳଙ୍କ ଦୁର୍ବବ୍ୟହାର ଘଟଣାରେ ଗିରଫ ହୋଇଥିବା ୬ ଜଣ ସେବାୟତଙ୍କ ମଧରୁ ୩ ଜଣ ହାଇକୋର୍ଟରେ ଜାମିନ ଆବେଦନ କରିଥିବାରୁ ୯ ଜଣଙ୍କ ଶୁଣାଣି ଆଜି କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କୁ ଦୁର୍ବବ୍ୟହାର ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଂଟିଆ, ଭୀମସେନ ପଳଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାସ ଏବଂ ଦୁଇ ନିଲମ୍ବିତ ସେବାୟତ କାଶୀନାଥ ଖୁଂଟିଆ ଏବଂ ଭାଗୀରଥୀ ଖୁଂଟିଆ ଫେରାର ଅଛନ୍ତି । ଏମାନଙ୍କୁ ଧରିବାରେ ପୁଲିସ ଏଯାଏଁ ସକ୍ଷମ ହୋଇନାହିଁ ।