ନୀଳାଦ୍ରୀ ବିଜେରେ ସେବାୟତ ଭାଙ୍ଗିଲେ ନିୟମ : ରଥ ଉପରକୁ ଚଢ଼ିଲେ ମହିଳା ଭକ୍ତ

35

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ ସମୟରେ ଧସ୍ତାଧସ୍ତି । ସେବାୟତ ଓ ପ୍ରଶାସନ ମଧ୍ୟରେ ହୋଇଛି ଧସ୍ତାଧସ୍ତି । ରଥ ଉପରକୁ ସେବାୟତଙ୍କ ପରିବାର ଲୋକ ଚଢ଼ିବାକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି। ପ୍ରଶାସନର କଟକଣା ସତ୍ୱେ ଆଜି ଠାକୁରଙ୍କ ନୀଳାଦ୍ରୀ ବିଜେ ସମୟରେ ରଥ ଉପରେ ଚଢ଼ିଛନ୍ତି ସେବାୟତଙ୍କ ସଂପର୍କୀୟ । ବଳଭଦ୍ରଙ୍କ ରଥରେ ଚଢ଼ିଲେ ମହିଳା ଭକ୍ତ ।