ନିଳାଦ୍ରୀ ବିଜେ ବିଶୃଙ୍ଖଳା ଘଟଣା : ମତ ରଖିଲେ ଉତ୍କଳ ସେବକ ସମାଜର ପ୍ରତିନିଧି ଦଳ

20

କନକ ବ୍ୟୁରୋ : ଉତ୍କଳ ସେବକ ସମାଜର ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର କମିଶନ ନିକଟରେ ନିଳାଦ୍ରୀ ବିଜେ ବିଶୃଙ୍ଖଳା ଘଟଣାରେ ମତ ରଖିଛି । ଶ୍ରୀ ମନ୍ଦିରରେ କିଭଳି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ କିଛି ସୁଚିନ୍ତିତ ମତାମତ ଏକ ମୁଦା ଲଫାପାରେ କମିଶନଙ୍କୁ ଦେଇଛନ୍ତି । ଦର୍ଶନ ବ୍ୟବସ୍ଥା ଶ୍ରୀମନ୍ଦିରରେ ସଂପୁର୍ଣ୍ଣ ଶୃଙ୍ଖଳିତ ହେଉ । ପ୍ରସାଦ ବଂଟନ ବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁ ବୋଲି ପ୍ରତିନିଧି ଦଳ ମତ ରଖିଛି ।

ମୁଦା ଲଫାପାରେ ଦିଆଯାଇଥିବା ମତାମତ ହେଉଛି, ବଂଶାନୁକ୍ରମିକ ସେବାୟତ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସେବାୟତ ମାନଙ୍କୁ ସରକାର ନିୟୋଜିତ କରନ୍ତୁ । ଠାକୁରଙ୍କର କୈାଣସି ବେଶ ବନ୍ଦ୍ କରିବା ସମୟରେ ସାଧାରଣ ଭକ୍ତଙ୍କ ମତାମତ ଲୋଡାଯାଉ । ମନମୁଖୀ ଠାକୁରଙ୍କର ବେଶ ବନ୍ଦ କରିବା ନିଷ୍ପତି ଜଗନ୍ନାଥ ପ୍ରେମୀଙ୍କୁ ପୀଡା ଦେଉଛି । ତେଣୁ କମିଶନ ଏ ଦିଗ ଗୁଡିକ ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ନିବେଦନ କରିଛି ଉତ୍କଳ ସେବକ ସମାଜ ।