ନିଳାଦ୍ରୀବିଜେ ବିଶୃଙ୍ଖଳାକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ! ରଥଯାତ୍ରା ପୂର୍ବରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ନିବେଦନ

32

କନକ ବ୍ୟୁରୋ : ନିଳାଦ୍ରୀବିଜେ ବିଶୃଙ୍ଖଳାକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଶ୍ରୀମନ୍ଦିର ପ୍ରଶାସନ ନିଲମ୍ବିତ କରିଥିବା ୮ ସେବାୟତଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ । ଆଗାମୀ ରଥଯାତ୍ରା ପୂର୍ବରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କଲେ ନିବେଦନ । ୨୦୦୮ରେ ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ହେଲେ ୯ବର୍ଷ ବିତିଯାଇଥିଲେ ବି ସେମାନେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି । ପୋଲିସ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଇଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ନିଳାଦ୍ରୀବିଜେ ବିଶୃଙ୍ଖଳା ଘଟଣାର ନିରପେକ୍ଷ ତଦନ୍ତ କରାଇବାକୁ ଚିଠିରେ ଦାବି କରିଛନ୍ତି ।