ଦିଅଁଙ୍କୁ ଛୁଇଁଲେ ପୁଲିସ ବାବୁ : ଆଜି ହେବ ନିଳାଦ୍ରୀ ବିଜେ ସମୟର ସିସିଟିଭି ଫୁଟେଜ ଯାଂଚ

29

କନକ ବ୍ୟୁରୋ : ନିଳାଦ୍ରୀ ବିଜେ ବେଳେ ଦିଅଁଙ୍କୁ ଛୁଇଁବା ଘଟଣାରେ ଆଜି ସିସିଟିଭି ଫୁଟେଜକୁ ଯାଂଚ କରାଯିବ । ଆଇଆଇସି ଦିଅଁଙ୍କୁ ଛୁଇଁବା ଘଟଣାର ତଦନ୍ତ କେନ୍ଦ୍ରାଂଚଳ ଆଇଜି କରିବେ । ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯିବ । ଅଣସେବାୟତ ଶ୍ରୀଜୀଉଙ୍କୁ ଛୁଇଁବା ବାରଣ ଥିବାବେଳେ ପୁଲିସ ଅଧିକାରୀ କିଭଳି ସ୍ପର୍ଶକଲେ ତାକୁନେଇ ଆପତ୍ତି ଉଠିବା ପରେ, ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପୁରୀ ଡ୍ୟୁଟିରେ ଥିବା ବୌଦ୍ଧ ଆଇଆଇସି ଅମୂଲ୍ୟ ଧର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମୟରେ, ଶ୍ରୀମନ୍ଦିର ଭିତରେ ଛୁଇଁଥିବା ଅଭିଯୋଗ ହୋଇଛି । ପ୍ରତିହାରୀ ନିଯୋଗ ସାମ୍ନାରେ ପୋଲିସ ଅଧିକାରୀ ଅମୂଲ୍ୟଧର ଦେବୀ ସୁଭଦ୍ରାଙ୍କୁ ଛୁଇଁଥିବା ଅଭିଯୋଗ ଆଣିଥିଲେ ଜଣେ ସେବାୟତ । ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ।