ଦିଅଁଙ୍କୁ ଛୁଇଁଲେ ପୁଲିସ୍ ବାବୁ ! ସାମ୍ନାକୁ ଆସିଲା ନିଳାଦ୍ରୀ ବିଜେ ସମୟର ସିସିଟିଭି ଫୁଟେଜ୍

48

କନକ ବ୍ୟୁରୋ : ନିଳାଦ୍ରୀ ବିଜେ ବେଳେ ଆଇଆଇସି ଦିଅଁଙ୍କୁ ଛୁଇଁବା ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମଳିଛି ଆଇଆଇସି ଅମୂଲ୍ୟ ଧର ଦେବୀ ସୁଭଦ୍ରାଙ୍କୁ ଛୁଇଁଥିଲେ । ପୁରୀ ଡ୍ୟୁଟିରେ ଥିବା ବୌଦ୍ଧ ଆଇଆଇସି ଅମୂଲ୍ୟ ଧର ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମୟରେ, ଶ୍ରୀମନ୍ଦିର ଭିତରେ ଛୁଇଁଥିବା ଅଭିଯୋଗ ହୋଇଥିଲା । ପ୍ରତିହାରୀ ନିଯୋଗ ସାମ୍ନାରେ ପୋଲିସ ଅଧିକାରୀ ଅମୂଲ୍ୟଧର ଦେବୀ ସୁଭଦ୍ରାଙ୍କୁ ଛୁଇଁଥିବା ଅଭିଯୋଗ ଆଣିଥିଲେ ଜଣେ ସେବାୟତ ।

ଅଣସେବାୟତ ଶ୍ରୀଜୀଉଙ୍କୁ ଛୁଇଁବା ବାରଣ ଥିବାବେଳେ ପୁଲିସ ଅଧିକାରୀ କିଭଳି ସ୍ପର୍ଶକଲେ ତାକୁନେଇ ଆପତ୍ତି ଉଠିବା ପରେ, ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ।