ପ୍ରଥମେ ସ୍ମାର୍ଟଫୋନ ବିଷୟରେ କରିଥିଲେ କଳ୍ପନା । ୱାଇଫାଇର ଜନକ । ମହାନ ବୈଜ୍ଞାନିକଙ୍କ ଗୋପନୀୟ କଥା

132

ମଣିଷ ଜୀବନକୁ ଅତି ସହଜ ଓ ସୁବିଧା କରିଦେଇଛି ୱାଇଫାଇ । ଘରେ ବାହାରେ, ଟ୍ରେନ,ପ୍ଲେନରେ ଯାତ୍ରା ସମୟରେ ଯେକୌଣସି ସ୍ଥାନରେ ମଣିଷ ତାର ଆଙ୍ଗୁଳି ଆଗରେ ସାରା ଦୁନିଆ ବିଷୟରେ ଜାଣିପାରୁଛି । ୱାଇଫାଇ ପାଇଁ ସାରା ବିଶ୍ୱ ବିଷୟରେ ଟିକିନିଖି ଖବର ରଖିବା ସହ ନିଜର ଅନେକ ଉପକାରରେ ଲାଗିପାରୁଛି ।

କିନ୍ତୁ ଆପଣ ଜାଣିଛନ୍ତି କି ଏହି ୱାଇଫାଇର ଉଦଭାବକ କିଏ ? ଆମେରିକା-ସର୍ବିଆନର ଉଦଭାବକ ନିକୋଲା ଟେସଲା ୱାଇଫାଇରର ଜନକ । ଏହି ମହାନ ବ୍ୟକ୍ତିଜଣକ କେବଳ ୱାଇଫାଇ ନୁହେଁ ଏସି କମ୍ୟୁନିକେସନ, ଟେସଲା ୱେଭ, ଇଲେକଟ୍ରିକ ମୋଟର,ରାଡାର, ଏକ୍ସ-ରେ ଆଦି ଉଦ୍ଭାବନ କରିଥିଲେ ।

ବିଦ୍ୟୁତ ଓ ଚୁମ୍ବକ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତତ୍ୱ ଆବିଷ୍କାର କରିଥିଲେ ।  କିଛି କମ୍ପାନୀରେ କାମ କରୁଥିବା ଟେସଲା ପରେ ପ୍ୟାରିସର କଂଟିନେଂଟାଲ ଏଙ୍ଗିସନ କମ୍ପାନୀରେ ଯୋଗଦେଇଥିଲେ । ତାପରେ ସେ ବିଭିନ୍ନ ପ୍ରକାରର ଡାଇନାମୋ ବାହାର କରିଥିଲେ ।ତାଙ୍କ ବିଷୟରେ କେବଳ ଏତିକି କୁହାଯାଇପାରିବ ସେ କଳ୍ପନା ବିନା ଘରେ ବସି ପେନ ଓ ପେପରରେ ଅନେକ ତଥ୍ୟର ଆବିଷ୍କାର କରୁଥିଲେ । ସ୍କୁଲରେ ପଢୁଥିବା ସମୟରେ ଅନେକ କଠିନ ପ୍ରଶ୍ନର ସମାଧାନ ପାଟିରେ କରିଦେଉଥିଲେ । ଏପରିକି ତାଙ୍କ ଶିକ୍ଷକନମାନେ ବିଶ୍ୱାସ କରିପାରୁନଥିଲେ ଯେ ଟେସଲା କିପରି ଏତେ କମ ସମୟରେ ସମାଧାନ କରିପାରୁଛନ୍ତି ।

ଟେସଲା କେବଳ ଗୋଟିଏ ଭାଷା ନୁହେଁ ଆଠଟି ଭାଷାରେ ପାରଙ୍ଗମ ଥିଲେ । ଇଂରାଜୀ, ଜର୍ମାନୀ,ହଙ୍ଗାରିଆନ,ଫ୍ରେଞ୍ଚ,ଇଙ୍କାଲିଆନ ଆଦି ଭାଷା ସେ ଜାଣିଥିଲେ ।ନିଜର କାମ ପ୍ରତି ନିଷ୍ଠା ତାଙ୍କୁ ଅନେକ ମହାନ ଓ ପ୍ରସିଦ୍ଧି ଦେଇଥିଲା । ତାଙ୍କ ଗବେଷଣାରେ କୌଣସି ସୃଷ୍ଟି ହେବ ବୋଲି ଭାବି ସେ ବିବାହ ବି କରିନଥିଲେ ।

ଆଜି ଆମେ ଘରେ ଘରେ ଯେଉଁ ଜେନେରେଟର ବ୍ୟବହାର କରୁଛନ୍ତି ତାହା ହେଉଛି ଟେସଲାଙ୍କ ପରିକଳ୍ପନା । ତାଙ୍କୁ ଡିସି ଜେନେରେଟର ଓ ମୋଟର ଠିକ କରିବା ପାଇଁ ୫୦ହଜାର ଡଲାର ଦେଇଥିଲେ କିନ୍ତୁ କୌଣସି ପାରିଶ୍ରମିକ ନନେଇ ଏହି ଦୁଇଟିକୁ ଆବିଷ୍କାର କରିଥିଲେ । ଟେସଲା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ୧୯୨୬ ମସିହାରେ ସେ ସ୍ମାର୍ଟଫୋନ ବିଷୟରେ କହିଥିଲେ ଓ ୱାଇଫାଇ ବାହାରକରିଥିଲେ ।