ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼ ! ନଣନ୍ଦ ସୋନମ ଦେଲେ ଚାଞ୍ଚଲ୍ୟକର ବୟାନ

1,186

କନକ ବ୍ୟୁରୋ : ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଆଜି ବଡ ଖୁଲାସା ହୋଇଛି । ନିକିତାଙ୍କ ନଣନ୍ଦ ସୋନମ ଆଜି ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି, ମହାନଦୀ ବିହାର ଘରେ ନିକିତାଙ୍କ ସହ ଲିପନ ଓ ତାଙ୍କ ବାପା, ମାଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଏହା ପରେ ନିକିତା ହଠାତ ଛାତ ଉପରକୁ ଚାଲିଯାଇଥିଲେ । ଛାତ ଉପରୁ ଖସିବା ସମୟରେ ଲିପନ ଓ ତାଙ୍କ ବାପା ନିକିତାଙ୍କ ହାତକୁ ଧରିଥିଲେ ।

ପ୍ରାୟ ୭ ମିନିଟ ଯାଏଁ ହାତକୁ ଧରିବା ପରେ ସମ୍ଭାଳି ପାରିନଥିଲେ । ଏହା ପରେ ତଳକୁ ଖସିଯାଇଥିଲେ । ନିକିତାଙ୍କୁ ଘରକୁ ଯିବା ପାଇଁ ଶାଶୁ ଓ ଶ୍ୱଶୁର ଅନୁମତି ଦେଇନଥିବା କଥା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏହାକୁ ଖଣ୍ଡନ କରିଛନ୍ତି ଲିପନଙ୍କ ଉଉଣୀ । ନିର୍ଯାତନା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ସୋନମ୍ । ସେ ଆହୁରି କହିଛନ୍ତି, ଆବଶ୍ୟକ ପଡିଲେ ନିକିତାଙ୍କ ବାପା ଓ ମାଙ୍କ ବିରୋଧରେ କମିଶନର ପୋଲିସର ଦ୍ୱାରସ୍ଥ ହେବୁ ।

ସୂଚନାଯୋଗ୍ୟ ଗତ ୪ ତାରିଖ ରାତିରେ ନିକିତା ଓ ତାଙ୍କ ସ୍ବାମୀ ଲିପନ ସାହୁଙ୍କ ମଧ୍ୟରେ ପାଟିତୁଣ୍ତ ହେବା ସମୟରେ ଠେଲାପେଲା ହୋଇଥିଲା । ଏଥିରେ ନିକିତା ମହାନଦୀବିହାର ସ୍ଥିତ ତାଙ୍କ ବାପଘର ଛାତରୁ ଖସିପଡି ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତ ନିକିତାଙ୍କ ବାପା ସନାତନ ବେହେରା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।