ସ୍ନାନବେଦୀରେ ଜଗାକୁ ଛୁଇଁବା କଟକଣାକୁ ଦଇତାପତି ନିଯୋଗର ପ୍ରତିବାଦ : ୧୩ରେ ପୁଣି ବସିବ ବୈଠକ

28

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ସ୍ନାନବେଦୀରେ ଜଗାକୁ ଛୁଇଁବା କଟକଣାକୁ ଦଇତାପତି ନିଯୋଗର ପ୍ରତିବାଦ । ଆସନ୍ତା୧୩ରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ହେବାକୁ ଥିବା ବୈଠକରେ ଏନେଇ ପ୍ରସ୍ତାବ ରହିବେ ଦଇତାପତି ନିଯୋଗ । ଶ୍ରୀମନ୍ଦିର ପରିସରରେ ଗତକାଲି ଦଇତାପତି ନିଯୋଗ ପକ୍ଷରୁ ସଭାପତିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା, ସ୍ନାନପୂର୍ଣ୍ଣମା ଇତ୍ୟାଦିକୁ ନେଇ ବୈଠକ ବସିଥିଲା । ଏହି ସମୟରେ କିଭଳି ଭାବରେ ନୀତି ଶୃଙ୍ଖଳିତ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା । ତେବେ ବିଗ୍ରହଙ୍କ ସ୍ୱର୍ଶ ନେଇ ଯେଉଁ ବିବାଦ ଲାଗି ରହିଥିଲା, ସେ ପ୍ରସଙ୍ଗକୁୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରଶାସନର ଏଭଳି ପଦକ୍ଷେପକୁ ଦଇତା ନିଯୋଗ ପକ୍ଷରୁ ଦୃଢ଼ ବିରୋଧ କରିବା ସହିତ ଭକ୍ତମାନଙ୍କୁ ସ୍ୱର୍ଶ କରାଇବା ଜିଦରେ ଅଟଳ ରହିଥିଲେ । ପୂର୍ବରୁ ଭକ୍ତମାନେ ଯେଉଁଭଳି ଠାକୁରଙ୍କୁ ସ୍ୱର୍ଶ କରି ଦର୍ଶନ କରୁଥିଲେ ଏବର୍ଷ ମଧ୍ୟ ତାହା କରାଯାଉ ବୋଲି ସେମାନେ ପ୍ରସ୍ତାବ ରହିବେ ବୋଲି କହିଛନ୍ତି ।