ନିଝୁମ ରାତିର ସାଥୀ

207

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ନିର୍ମାତା ଅନାମ ଚରଣ ସାହୁ ଓ ନିର୍ଦେଶକ ସଂଜୟ ନାୟକ ଏବେ ସାଥୀ ସନ୍ଧାନରେ । ସାଥୀ ଖୋଜି ଖୋଜି ଶେଷରେ ରାୟଗଡାରେ ତାଙ୍କୁ ସଫଳତା ମିଳିଛି । ଉଭୟ ନିର୍ମାତା ଏବଂ ନିର୍ଦେଶକ ତାଙ୍କର ଆଗାମୀ ସିନେମା ନିଝୁମ ରାତିର ସାଥୀ କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ସିନେମାର ନାୟକ ଏବଂ ନାୟିକା ଭୂମିକାରେ ଜ୍ୟୋତି ଓ ତମନ୍ନା ଅଭିନୟ କରିଛନ୍ତି ଏବଂ ଏହାର ଶତପ୍ରତିଶତ ସୁଟିଂ ରାୟଗଡାରେ କରାଯାଇଛି । ନିର୍ଦେଶକ ସଂଜୟ ନାୟକ ତାଙ୍କର ଫିଲ୍ମ ନିର୍ମାଣ କୁ ନେଇ ସବୁବେଳେ ଥାନ୍ତି ଚର୍ଚ୍ଚାରେ । ତାଙ୍କର ପୂର୍ବ ସିନେମା ରଙ୍ଗିଲା ବାବା ର ସୁଟିଂ ସେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଶେଷ କରି ରେକର୍ଡ କରିଥିଲେ । ସଂଜୟଙ୍କ ଏହି ସିନେମାର ସୁଟିଂ ମଧ୍ୟ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ସିନେମାଟିକୁ ନେଇ ସଂଜୟ ବେଶ୍ ଆଶାବାଦୀ ଅଛନ୍ତି । ଏଥିରେ ସଂଙ୍ଗୀତ ନିର୍ଦେଶନା ଦେଇଛନ୍ତି ମଳୟ ମିଶ୍ର ।