ଆକ୍ରମଣ ପରେ ଆତଙ୍କିତ ମହିଳା ତହସିଲଦାର : ବଦଳି ପାଇଁ ନେହୁରା ହେଲେ ନୀହାରିକା

33

ବୋଲଗଡ଼ : ଆକ୍ରମଣ ପରେ ତହସିଲଦାର ଆତଙ୍କିତ । ବୋଲଗଡ଼ରୁ ବଦଳି ଚାହୁଁଛନ୍ତି ତହସିଲଦାର । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମାଡ଼ମରା ଅଭିଯୋଗ ଘଟଣା ପରେ ଆଉ ବୋଲଗଡ଼ରେ ରହିବାକୁ ଚାହୁଁନାହାନ୍ତି ନୀହାରିକା ନାୟକ । ଏନେଇ ରାଜସ୍ୱ ବିଭାଗ ନିକଟରେ ଫେରାଦ୍ ହୋଇଛନ୍ତି ବୋଲଗଡ଼ ତହସିଲଦାର । ସରକାରୀ ଅଧିକାରଙ୍କୁ ବିଧାୟକଙ୍କ ଆଚରଣ ନେଇ ବିଭାଗକୁ ଅବଗତ କରିବା ସହ ବୋଲଗଡ଼ରୁ ଟ୍ରାନ୍ସଫର କଥା ଉଠାଇଛନ୍ତି ।

ଏପଟେ ବଦଳିଯାଇଛି ରାଜସ୍ୱ ମନ୍ତ୍ରୀଙ୍କ ବୟାନ । ଠିକ୍ ଦୁଇ ଦିନ ତଳେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମର୍ଥନରେ ମତ ଦେଇଥିବା ରାଜସ୍ୱ ମନ୍ତ୍ରୀ ତାଙ୍କ ମତ ବଦଳାଇଛନ୍ତି । ବିଧାୟକଙ୍କୁ କ୍ଲିନ୍ ଚିଟ୍ ଦିଆଯାଇନଥିବା କହିଥିବା ବେଳେ ଘଟଣା ନେଇ ଓଏଏସ୍ ସଂଘ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଠିକ୍ ଦୁଇ ଦିନ ତଳେ ବିଧାୟକଙ୍କ ସପକ୍ଷରେ ଓଳିଲାତି କରିଥିଲେ ରାଜସ୍ୱ ମନ୍ତ୍ରୀ । ଲୋକଙ୍କ ସମର୍ଥନରେ ଛିଡ଼ା ହେଉଥିବା ନେତାଙ୍କୁ ଗୁଣ୍ଡାଗିରି କହି ହେବ ନାହିଁ ବୋଲି କହିଥିଲେ ମନ୍ତ୍ରୀ ।

ଗତ ୩୧ ତାରିଖ ଏକ ଜବରଦଖଲ ଉଚ୍ଛେଦ ପାଇଁ ବୋଲଗଡ଼ ଏକାଡାଳୁଅ ଗାଁକୁ ଯାଇଥିଲେ ତହସିଲଦାର ନୀହାରିକା ନାୟକ । ଏହି ଉଚ୍ଚେଦକୁ ନେଇ ବିଧାୟକ ଏବଂ ତହସିଲଦାରଙ୍କ ମଧ୍ୟରେ ମତଭେଦ ହୋଇଥିଲେ । ଯେଉଁଥରେ ଉତକ୍ଷିପ୍ତ ହୋଇ ବିଧାୟକ ଏକ ଲଣ୍ଠନ କଚାଡି ଦେଇଥିଲେ । ଯାହା ତହସିଲଦାରଙ୍କ ହାତରେ ବାଜିଥିଲା ।