ସପ୍ତାହର ପ୍ରଥମ ଦିନରେ ସେୟାର ବଜାରରେ ବଡ ଉତ୍ସାହ । କମିଲା ସୁନା ରୂପା ଦର, ରେକର୍ଡ କଲା ନିଫଟି

ବିଏସଇ ୨୨୦ ପଏଣ୍ଟବଢି ସୂଚକାଙ୍କ ୪୧ ହଜାର ପାର

1,258

କନକ ବ୍ୟୁରୋ: କାରବାରର ପ୍ରଥମ ସପ୍ତାହରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଉତ୍ସାହ ଦେଖିବାକୁ ମିଳିଛି । ଆଉ ରେକର୍ଡ କରିଛି ନିଫଟି । ଆଜି କାରବାର ଆରମ୍ଭରେ ବିଏସଇ ୨୨୦ ପଏଣ୍ଟ ବଢି ୪୧ ହଜାର ୮ଶହ ୨୧ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫଟି ବି ଆଜି ରେକର୍ଡ କରିଛି । ନିଫଟ ୪୦ ଅଙ୍କ ବଢି ୧୨ ହଜାର ଅତିକ୍ରମ କରିଥିଲା ।

ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଯୋଗୁଁ ସେୟାର ବଜାରରେ ଏଭଳି ଉତଥାନ ପତନ ଦେଖିବାକୁ ମିଳିଛି । ତେବେ ଯୁଦ୍ଧ ଆଶଙ୍କା ଟଳିବାରୁ ବଜାରରେ ଏଭଳି ଉତ୍ସାହ ଦେଖାଦେଇଥିବା ଜଣାପଡିଛି । ଆଗାମୀ ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପନ ହେବାକୁ ଥିବାରୁ ଏହା ପୂର୍ବର ଘଟଣାକ୍ରମ ବଜାର ଉପରେ ପଡିପାରେ । ସେପଟେ ସୁନା ରୂପାଦର ବି ଆଜି ସାମାନ୍ୟ ହ୍ରାସ ପାଇଛି । ତେଲ ଦର ବି ସାମାନ୍ୟ କମିଛି ।