ଭୁବନେଶ୍ୱର-ନିଫ୍ଟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପ୍ରତିବାଦରେ କିଟ୍ ଛାତ୍ରଛାତ୍ରୀଙ୍କ ଧାରଣା ଓ ରାସ୍ତା ଅବରୋଧ

42

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର କିଟ କ୍ୟାମ୍ପସରେ ଉତେଜନା। ନିଫ୍ଟ ଛାତ୍ରୀଙ୍କୁ ଅସଦାଚରଣ ପ୍ରତିବାଦରେ ତାତିଲେ ଛାତ୍ରଛାତ୍ରୀ। କିଟ ଓ ଶିଖରଚଣ୍ଡୀ ରାସ୍ତାରେ ଛାତ୍ରଛାତ୍ରୀମାନେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଛନ୍ତିି। ସିସିଟିଭି ଫୁଟେଜ ଯାଂଚ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏନଆଇଏଫଟିର ଜଣେ ଛାତ୍ରୀଙ୍କୁ କିଛି ଦୁର୍ବୃତ ହଷ୍ଟେଲ ସମ୍ମୁଖରୁ ଉଠାଇ ନେଇଥିଲେ ଏବଂ ତା ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।