ନିଦହାସ ଟ୍ରଫି ଫାଇନାଲ ଫାଇଟ ! ଭାରତ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ

27

ଭାରତ ଆଗରେ ୧୬୭ରନର ବିଜୟ ଲକ୍ଷ୍ୟ । ଭାରତୀୟ ବ୍ୟାଟିଂ ବନାମ ବାଂଲାଦେଶର ଶାଣିତ ବୋଲିଂର ପରୀକ୍ଷା । ସେପଟେ ଭାରତୀୟ ଦଳ ପାଇଁ ଖୁସିର ଖବର , ଫର୍ମକୁ ଆସିଲେ ହିଟ ମ୍ୟାନ ରୋହିତ ଶର୍ମା । ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ବାଲାଂଦେଶ ମଧ୍ୟରେ ଫାଇନାଲ ମ୍ୟାଚ । ଟସ ଜିତି ଭାରତ ଫିଲ୍ଡିର ନିଷ୍ପତି ନେଇଥିଲା । ଅଧିନାୟକଙ୍କ ନିଷ୍ପତିକୁ ମଧ୍ୟ ସଠିକ ଦିଗ ଦେଖାଇଥିଲେ ଭାରତୀୟ ବୋଲରମାନେ । ୨୭ ରନରେ ଦୁଇ ଯୁବ ଓପନରଙ୍କୁ ହରାଇଥିଲା ଦଳ ।

ଲୟ ସହ ପୁରା ଫର୍ମରେ ଥିଲେ ଭାରତୀୟ ଯୁବ ବୋଲର । ବାଂଲାକୁ ଅଡୁଆରେ ପକାଇଥିଲେ ଚହଲ ଓ ସୁନ୍ଦର । ସ୍ପିନର ଯାଦୁକରୀ ବୋଲିଂ ଆଗରେ କମଜୋର ପଡିଯାଇଥିଲେ ବାଲାଂର ଖେଳାଳି । ସୁନ୍ଦର ୪ ଓଭରରେ ୧ୱିକେଟ ନେବା ସହ ୨୦ରନ ବ୍ୟୟ କରିଥିଲେ , ସେହିପରି ଚହଲ ୪ଓଭରରେ ୧୮ରନ ଦେବା ସହ ୩ଟି ବହୁମୁଲ୍ୟ ୱିକେଟ ନେଇଥିଲେ । ବାଲାଂଦେଶ ତରଫରୁ ସବିର ରହମାନ ୫୦ଟି ବଲରେ ଦ୍ରୁତ ୭୭ରନ କରିଥିଲେ , ତେବେ ଶେଷ ଆଡକୁ ମେହଦି ହାସନ ୭ଟି ବଲରେ ୧୯ରନ ର ବିସ୍ପୋରକ ଇନିଙ୍ଗସ ଖେଳିଥିଲେ । ଯାହାଫଳରେ ବାଂଲାଦେଶ ଭାରତ ଆଗରେ ୧୬୬ର ସମ୍ମାନଜନକ ସ୍କୋର ଛିଡା କରିବାକୁ ସକ୍ଷମ ହୋଇଥିଲା ।