ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତି । କିନ୍ତୁ ଖେଳା ହେବ ମ୍ୟାଚ

42

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଏବେ ସୃଷ୍ଟି ହୋଇଛି ଜରୁରୀକାଳିନ ପରିସ୍ଥିତି । ଦୁଇ ଧର୍ମାଲମ୍ବୀ ଗୋଷ୍ଠୀଙ୍କ ମଧ୍ୟରେ ଦେଖାଦେଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ସୁଚନା ଅନୁଯାୟୀ, କେଣ୍ଡିରେ ମୁସଲମାନ ସଂପ୍ରଦାୟଙ୍କର ଦୋକାନରେ ନିଆଁଲଗାଇ ଦେଇଥିଲେ ବୈଦ୍ଧାଲମ୍ବିର ଲୋକେ । ତେବେ ପରିସ୍ଥିତିକୁ ଆଖି ଆଗରେ ରଖି ଶ୍ରୀଲଙ୍କା ସରକାର ରାଜ୍ୟରେ ୧୦ଦିନିଆ ଜରୁରୀକାଳିନ ପରିସ୍ଥିତି ଜାରି କରିଛନ୍ତି ।

ଅପରପକ୍ଷେ, ଶ୍ରୀଲଙ୍କାରେ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଛି । କିନ୍ତୁ ଏହି ସମୟ ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳା ଯିବାକୁ ଥିବା ‘ନିଦହାସ ଟ୍ରଫ’ର ଟି-୨୦ ମ୍ୟାଚ୍ ପ୍ରଭାବିତ ହେବ ନାହିଁ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ମିଡିଆ ମ୍ୟାନେଜର ସାମ୍ବାଦିକମାନଙ୍କୁ କଲମ୍ବୋରେ କହିଛନ୍ତି, ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମ୍ୟାଚ ହେବ । ଶ୍ରୀଲଙ୍କାର କେଣ୍ଡି ଜିଲ୍ଲାରେ କର୍ଫ୍ୟୁ ଜାରି ହେବା ସହ ପରିସ୍ଥିତି ଉତ୍ତେଜାନପୂର୍ଣ୍ଣ ଅଛି, କଲମ୍ବୋରେ କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ତେଣୁ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାରେ ଅସୁବିଧା ନାହିଁ । ନିଦହାସ ଟ୍ରଫି ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୮ରେ ଶେଷହେବ ।

ସୂଚନାଯୋଗ୍ୟ ଶ୍ରୀଲଙ୍କାର କେନ୍ଦ୍ର ଅଞ୍ଚଳରେ ଥିବା ଲୋକପ୍ରିୟ ପର୍ୟ୍ୟଟନ ସହରରେ ସୋମବାର ଜଣେ ଲୋକଙ୍କୁ ହତ୍ୟା କରାଯିବା ଓ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟବସାୟୀଙ୍କ ଦେହରେ ନିଆଁ ଲଗାଇବା ନେଇ ସୋମବାର ଠାରୁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ଶ୍ରୀଲଙ୍କା ୧୦ ଦିନ ପାଇଁ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି। ଏହା ପୂର୍ବରୁ ବୌଦ୍ଧ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଦଙ୍ଗା ଦେଖାଯାଇଥିଲା ।

ଭାରତୀୟ ଦଳ (ସମ୍ଭାବ୍ୟ): ରୋହିତ ଶର୍ମା, ଶିଖର ଧାଓ୍ଵନ, ସୁରେଶ ରାଇନା, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଋଷବ ପନ୍ତ/ଦୀନେଶ କାର୍ତିକ, ଓ୍ଵାଶିଂଟନ୍ ସୁନ୍ଦର/ଦୀପକ ହୁଦା, ୟୁଜବେନ୍ଦ୍ର ଚହଲ, ସାର୍ଦୁଲ ଠାକୁର, ଅକ୍ଷର ପଟେଲ୍ ଏବଂ ଜୟଦେବ ଉନାଦକତ୍ ।

ଶ୍ରୀଲଙ୍କା ଦଳ (ସମ୍ଭାବ୍ୟ): କୁସାଲ ମେଣ୍ଡିସ୍, ଦାନୁଷ୍କ ଗୁଣତିଳକ, କୁସାଲ ପେରେରା, ଉପୁଲ ଥରଙ୍ଗା, ଦାସୁନ ସଣକା, ତିସରା ପେରେରା, ଦୀନେଶ ଚାନ୍ଦିମାଳ (ଅଧିନାୟକ/ଓ୍ଵିକେଟରକ୍ଷକ), ଅଖିଳ ଧନଞ୍ଜୟ, ଅମିଳ ଆପୋଂସୋ, ସୁରଙ୍ଗା ଲକମଲ୍, ଦୁଷ୍ମନ୍ତ ଚାମିରା ।