ବଲିଉଡର ମହାବିବାହ ! ବାହାଘର କେକ୍ ଠାରୁ ଆରମ୍ଭ କରି ବିବାହରେ କେତେ ସଂଖ୍ୟକ ପଣ୍ଡିତଙ୍କୁ ନିୟୋଜିତ କରିଥିଲେ ନିକ୍ୟାଙ୍କା ଜାଣନ୍ତୁ ।

381

ବିବାହ ବନ୍ଧନରେ ବାନ୍ଧି ହେବା ପରେ ଚର୍ଚ୍ଚା ଅଛନ୍ତି ନବ ବିବାହିତ ଦମ୍ପତି ନିକ୍ ଜୋନସ ଓ ପ୍ରିୟଙ୍କା ଚୋପ୍ରା। ଏହି ଭବ୍ୟ ବିବାହ ବଡ଼ ଧୁମଧାମରେ ପାଳନ ହୋଇ ଯାଇଛି। ବିବାହ ପରେ ରିୟଲ୍ ଦେଶୀଗର୍ଲ ଲୁକରେ ହାତରେ ଚୁଡ଼ି, ଗଳାରେ ମଙ୍ଗଳସୂତ୍ର ଓ ଶାଢ଼ି ପିନ୍ଧି ପ୍ରଶଂସକଙ୍କୁ ଚକିତ କରାଇଛନ୍ତି ରିଲ୍ ଦେଶୀଗର୍ଲ ପ୍ରିୟଙ୍କା। ତେବେ ତାଙ୍କ ବିବାହ ସଂପର୍କରେ ଏମିତି ଗୁଡ଼ାଏ କଥା ଅଛି ଯାହା ଶୁଣିଲେ ଯେକେହି ବି ଆଶ୍ଚର‌୍ୟ୍ୟ ହୋଇପାରନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରୟଙ୍କା ରୀତିନୀତିରେ ବେଶ୍ ବିଶ୍ୱାସ ରଖନ୍ତି। ସେଇଥିପାଇଁ ପ୍ରିୟଙ୍କାଙ୍କ ବିବାହ କରିବା ବେଳେ ୧୧ ଜଣ ପଣ୍ଡିତ ମନ୍ତ୍ର ପାଠ କରିଥିଲେ। ପଣ୍ଡିତ ଦେଇଥିବା ସମୟ ମୁତାବକ ହିଁ ପ୍ରିୟଙ୍କା ସଂଧ୍ୟା ପ୍ରାୟ ୭.୩୦ ସମୟରେ ହିଁ ନିକଙ୍କ ହାତରୁ ସିନ୍ଦୂର ଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବିଦେଶୀ ପ୍ରେମିକ ନିକ୍ ଭାରତୀୟ ପୋଷାକ ପିନ୍ଧି ପ୍ରିୟଙ୍କାଙ୍କ ହାତ ଧରିବା ଦୃଶ୍ୟ ବେଶ୍ ଆକର୍ଷଣୀୟ ଥିଲା।

କେବଳ ପଣ୍ଡିତମାନଙ୍କୁ ନୁହେଁ ମେକଅପ୍ ଆର୍ଟିଷ୍ଟଙ୍କୁ ନେଇ କରି ବି କଞ୍ଜୁସି କରିନାହାନ୍ତି ଦେଶୀ ଗର୍ଲ। ସେ ନିଜର ଓ ସଂପର୍କୀୟମାନଙ୍କ ମେକଅପ୍ କରାଇବା ପାଇଁ ସମୁଦାୟ ୧୫ ଜଣ ମେକଅପ୍ ଆର୍ଟିଷ୍ଟ ବିଶିଷ୍ଟ୍ ଏକ ଟିମ୍ ନିୟୋଜିତ କରିଥିଲେ। ଏହାବ୍ୟତୀତ ତାଙ୍କ ବିବାହ କେକର ସାଇଜ୍ ଥିଲା ୧୮ ଫୁଟ୍।