ପ୍ରିୟଙ୍କା-ନିକଙ୍କ ବିବାହର ପ୍ରଥମ ଫଟୋ କଭର କରିବା ପାଇଁ ଲାଇନରେ ମିଡିଆ : ଏହି ମ୍ୟାଗାଜିନର କଭର ପେଜରେ ଛପିବ ଉଭୟଙ୍କ ବିବାହ ଫଟୋ 

ଇଣ୍ଟରନ୍ୟାସନାଲ ମ୍ୟାଗାଜିନର କଭର ପେଜରେ ଛପିବ ନିକ-ପ୍ରିୟଙ୍କାଙ୍କ ବିବାହ ଫଟୋ 

125

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ବିଦେଶୀ ବୟ ନିକ୍ ଜୋନାସ । ପ୍ରତ୍ୟେକ ଦିନ ଦୁହିଁଙ୍କ ବିବାହକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ଦୁହିଁଙ୍କ ବାହାଘରକୁ ନେଇ ଏବେ ଏକ ତାଜା ଖବର ଶୁଣିବାକୁ ମିଳିଛି । ଖବର ଅନୁସାରେ ନିଜ ବାହାଘରର ଫଟୋକୁ ପ୍ରକାଶିତ କରିବା ପାଇଁ ଜଣାଶୁଣା କିଛି ମ୍ୟାଗାଜିନ ସହ କଂଟ୍ରାକ୍ଟ ସାଇନ୍ କରିଛନ୍ତି ନିକ ଓ ପ୍ରିୟଙ୍କା ।

ଅନ୍ୟପଟେ ସେଲିବ୍ରେଟି ଇଭକ ମେଗା ଇଭେଂଟକୁ ଏକ୍ସକ୍ଲ୍ୟୁସିଭ ଫଟୋକୁ ନିଜ ମାଗାଜିନରେ ସ୍ଥାନ ଦେବା ପାଇଁ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଛି । ଏକ ଇଂଟରନ୍ୟାସନାଲ ମାଗାଜିନ ଏନେଇ ସେଲିବ୍ରିଟି ଯୋଡିଙ୍କୁ ପ୍ରାୟ ୨୦କୋଟି ଦେବା ନେଇ ସୂଚନା ରହିଛି । ପ୍ରିୟଙ୍କା ଓ ନିକ ନିଜ ବାହାଘରକୁ ପ୍ରାଇଭେଟ ଆଫେୟାର୍ସ ମଧ୍ୟରେ ରଖିବାକୁ ଯାଉଛନ୍ତି ।

କହିରଖୁଛୁ, ଏହା ନୂଆ କଥା ନୁହେଁ ଯେ, ପ୍ରିୟଙ୍କା ଏବଂ ନିକଙ୍କ ବିବାହ ଫଟୋ କୌଣସି ମଗାଜିନରେ ପ୍ରକାଶିତ ହେବ । ଏହା ପୂର୍ବରୁ ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଫଟୋ ଭଗ୍ ମ୍ୟାଗାଜିନର କଭର ପେଜରେ ସ୍ଥାନ ପାଇଥିଲା । ପ୍ରିୟଙ୍କା ଏବଂ ନିକ୍ ୨ ଡିସେମ୍ବରରେ ଯୋଧପୁରରେ ବିବହ କରିବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ଉତ୍ସବ ୩ ଦିନ ଧରି ଚାଲିବ । ବିବାହରେ ୧୫୦୦ ରୁ ୨୦୦୦ ଅତିଥି ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି ।