ବିବାହ ପରେ ଦିଲ୍ଲୀ ଫେରିଲେ ପ୍ରିୟଙ୍କା ଓ ନିକ୍ । ଆଜି ଦିଲ୍ଲୀରେ ଦେବେ ଭୋଜି

ଆଜି ଦିଲ୍ଲୀରେ ଭୋଜି ଦେବେ ପ୍ରିୟଙ୍କା ଓ ନିକ୍

168

କନକ ବ୍ୟୁରୋ : ଯୋଧପୁର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧିହେବା ପରେ ଦିଲ୍ଳୀ ଫେରିଛନ୍ତି ନବ ଦମ୍ପତି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ । ଆଜି ଦିଲ୍ଳୀରେ ଦେବେ ଭୋଜି । ଏହି ଭୋଜି ପରେ ମୁମ୍ବାଇରେ ମଧ୍ୟ ଆଉ ଏକ ଭୋଜି ଦେବାର କାର୍ଯ୍ୟକ୍ରମ ରହିଛି । ତେବେ କେବେ ଦେବେ ସେନେଇ ତାରିଖ ସ୍ପଷ୍ଟ ହୋଇ ନାହିଁ ।

 

ତେବେ ଆଜିର ଭୋଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଉଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି ପ୍ରିୟଙ୍କା ଓ ନିକଙ୍କୁ । ଗତକାଲି ଉଭୟଙ୍କୁ ଦିଲ୍ଳୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ଗ୍ରୀନ ଶାଢ଼ୀ ସାଙ୍ଗକୁ ହାତରେ ଚୁଡି ଓ ମଥାରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ । ଆଉ ନିକ୍ ବ୍ରାଉନ କଲରର ଏକ କାଜୁଆଲ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।