ନିଦ ହଜାଇଲା ନିଆଳି ! ମେଣ୍ଢା ମାରୁଥିବା ଜନ୍ତୁକୁ ଧରିବାକୁ ବସିଲା ଯନ୍ତା

30

କନକ ବ୍ୟୁରୋ : ନିଆଳି ମେଣ୍ଢା ମଡକ ପ୍ରସଙ୍ଗରେ ପ୍ରଥମଥର ଲାଗି ପ୍ରଶାସନ ଦେଲା ତଥ୍ୟ । ଜଙ୍ଗଲି ଜନ୍ତୁ ମେଣ୍ଢାଙ୍କୁ ଆକ୍ରମଣ କରୁଥିବା ପ୍ରଶାସନ କହିଛି । ଗଧିଆ କିମ୍ବା ହେଟାବାଘ ଏହି ଆତଙ୍କ ଚଳାଇଥିବା ପ୍ରଶାସନ ସୂଚନା ଦେଇଛି । ଏପ୍ରିଲ ୧ରୁ ଜୁନ ୨୬ ମଧ୍ୟରେ ନିଆଳି ଓ ଏହାର ଆଖାପାଖ ଅଂଚଳରେ ୪୦ ମେଣ୍ଢା ମରିଥିବା କୁହାଯାଇଛି । ଖୁଲିସା ଗାଁ ନିକଟ ଜଙ୍ଗଲେ ଥିବା ଏହି ଜନ୍ତୁ ମେଣ୍ଢାଗୁଡିକୁ ଆକ୍ରମଣ କରୁଥିବା ସନ୍ଦେହ କରାଯାଉଛି ।

ତେବେ ଏହି ଜଙ୍ଗଲି ଜନ୍ତୁଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଜନ୍ତା ବସା ଯାଇଥିବାବେଳେ କ୍ୟାମେରା ଲଗାଇବାକୁ ବ୍ୟବସ୍ଥା ହେଉଛି । ସେହିପରି ସ୍ଥାନୀୟ ଲୋକଙ୍କୁ ମେଣ୍ଢାଶାଳକୁ ମଜଭୁତ କରିବା ଓ ରାତି ପାଟ୍ରୋଲିଂ କରିବାକୁ ପରାମର୍ଶ ଦିଆଯାଇଛି । ରାତି ୨ଟାରୁ ୪ଟା ମଧ୍ୟରେ ବିଶେଷ କରି ଜଙ୍ଗଲି ଜନ୍ତୁ ଆକ୍ରମଣ କରୁଥିବାରୁ ଏହି ସମୟରେ ସତର୍କ ରହିବାକୁ କୁହାଯାଇଛି । ରାତି ସମୟରେ ଗୁହାଳରେ ଆଲୋକ ବ୍ୟବସ୍ଥା କରିବାକୁ ମଧ୍ୟ ନିଆଳିବାସୀଙ୍କୁ ପରାମର୍ଶ ଦିଆଯାଇଛି ।