ନିଆଳି ସସପେନ୍ସ ଜାରି ! ପୁଣି ଅଦୃଶ୍ୟ ଜନ୍ତୁ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ

53

କନକ ବ୍ୟୁରୋ: ନିଆଳିରେ ଶହ ଶହ ମେଣ୍ଢା ମଡକ ସୃଷ୍ଟି କରିଛି କୋକୁଆ ଭୟ । କିଏ କହୁଛି ଅଜବ ଜୀବ ମେଣ୍ଡା ମାରୁଛି ତ କିଏ କହୁଛି ହିଂସ୍ର ଜନ୍ତୁ ଆକ୍ରମଣ କରୁଛି । ଏଭଳି ସ୍ଥିତିରେ ଘଟଣା ପଛର ସତ ଜାଣିବା ପାଇଁ କନକ ନ୍ୟୁଜ ଜାରି ରଖିଛି ପ୍ରୟାସ । ଲଗାତାର ତୃତୀୟ ଦିନରେ ନିଆଳି ମେଣ୍ଢା ମଡକର ସତ ପରଖିଥିଲା କନକ ନ୍ୟୁଜ ।

ଏହି ସମୟରେ ନିଆଳିରେ ପୁଣି ଅଦୃଶ୍ୟ ଜନ୍ତୁର ଆକ୍ରମଣ ଅଭିଯୋଗ ଆସିଛି । ନିଆଳି ବଗାଂଳି ସାହିର ଜଣେ ଯୁବକ, ବିଲକୁ ଶୌଚ କରିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଅନ୍ଧାରରେ ତାଙ୍କ ପିଠିକୁ ନଖମୁନରେ କେହି ରାମ୍ପି ଦେଇଛି । ରାତି ତମାମ୍ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ । କେଉଁଠି ଜନ୍ତୁ ଦାଉରୁ ମେଣ୍ଡାଙ୍କୁ ବଚାଂଇବାକୁ ଚାଲିଛି ପ୍ରୟାସ । ତ ଆଉ କେଉଁଠି ରାତି ସାରା ହାତରେ ମସାଲ୍ ଓ ନିଆଁ ହୁଳା ଧରି ଲେକେ ଜଙ୍ଗଲରେ ଜନ୍ତୁଙ୍କୁ ଗୋଡେଇବାରେ ବ୍ୟସ୍ତ ଅଛନ୍ତି ।

ସବୁଠୁ ଚର୍ଚ୍ଚାର ବିଷୟ ହେଉଛି କେଉଁଠି କେଉଁଠି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ତାନ୍ତ୍ରୀକ ପୂଜାପାଠ କରୁଥିବାର ଦେଖିବାକୁ ମିଳିଛି । ଭୁତ କି ପ୍ରେତଙ୍କ ଗୁଜବକୁ ନେଇ ଚାଲିଛି ତନାଘନା । ଗାଁମୁଣ୍ଡ ଠାରୁ ଗୁହାଳ ସବୁଠି ଜଗି ବିସିଥିଲେ ଗାଁର ପୁରୁଷ ଓ ମହିଳା । ଗତ ମାସକ ମଧ୍ୟରେ ନିଆଳିରେ ତିନି ଶହରୁ ଅଧିକ ମେଣ୍ଢା ମରିସାରିଲେଣି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମେଣ୍ଡାଙ୍କ ତଂଟି କଣା କରି ତାଙ୍କ କଲିଜାକୁ କିଏ ଖାଉଛି ତାକୁ ନେଇ ଜାରି ରହିଛି ସସପେନ୍ସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –