ପୁଣି ଚର୍ଚାରେ ନିଆଳି ମେଣ୍ଢା ! ଗୁହାଳ ଭିତରେ ପଶି ଖାଇଗଲା ୩ ମେଣ୍ଢାଙ୍କ କଲିଜା, ଅଜଣା ଜନ୍ତୁଙ୍କୁ ନେଇ ସୃଷ୍ଟି ହେଲା ଆତଙ୍କ

86

କନକ ବ୍ୟୁରୋ : ନିଆଳିକୁ ଫେରିଛି ଅଜଣା ଜନ୍ତୁର ଆତଙ୍କ । ଗତକାଲି ରାତିରେ ଗୁହାଳ ଭିତରେ ପଶି ତିନି ତିନିଟି ମେଣ୍ଢାକୁ କୌଣସି ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି । ହଠାତ ତିନିମାସ ତଳର ପରିସ୍ଥିତି ସୃଷ୍ଟି ହୋଇଛି ନିଆଳି ଅଂଚଳରେ । ମେଣ୍ଢାଙ୍କ ଏପରି ମୃତ୍ୟୁ ପରେ ଆତଙ୍କିତ ଚାଷୀ ।

sheepପୁଣି ଫେରିଲା ଅଜଣା ଜନ୍ତୁର ଆତଙ୍କ ।ରାତି ଅଧରେ ମେଣ୍ଢାଙ୍କ ମୃତ୍ୟୁ । ରବିବାର ରାତିରେ ସେହି ନିଆଳିର ଗୋବିନ୍ଦପଦା ଗାଁରେ ୩ଟି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ନିଖୋଜ ହୋଇଯାଇଛି । ଗୋବର୍ଦ୍ଧନ ସ୍ୱାଇଁ ନାମକ ଜଣେ ଚାଷୀଙ୍କ ଗୁହାଳ ଭିତରେ ପଶି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ଏମାନଙ୍କ ମାରିଦେଇଥିବା କୁହାଯାଉଛି । ମେଣ୍ଢାମାନଙ୍କ ପେଟକୁ କଣା କରି ମାରିଦେଇଥିବା ଦେଖିବାକୁ ମିଳିଛି ।

ଗତ ତିନିମାସ ତଳେ ନିଆଳି ଅଂଚଳରେ ଖେଳିଯାଇଥିଲା ମେଣ୍ଢା ମଡକର ଆତଙ୍କ । ମାତ୍ର ୨ ମାସରେ ଶତାଧିକ ମେଣ୍ଢାଙ୍କୁ ମାରିଥିଲା ଅଜଣା ଜନ୍ତୁ । ଏହାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ ହୋଇଥିଲେ । ଗୋଟିଏ ବିଲୁଆକୁ ମଧ୍ୟ ଧରି ନନ୍ଦନକାନନ ନିଆଯାଇଥିଲା । ଏପଟେ ପୁଣି ଥରେ ଏପରି ମେଣ୍ଢାଙ୍କୁ ପେଟ ଚିରି ମାରିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ନିଆଳିରେ ମେଣ୍ଢା ମୃତ୍ୟୁ ଘଟଣା ଏବେ ନୂଆ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।