ନିଆଳି ମେଣ୍ଢାଙ୍କୁ ମାରୁଛି ରାମଶିଆଳ, ଜଙ୍ଗଲରୁ ମିଳିଲା ପାଦ ଚିହ୍ନ ! ମନ୍ତ୍ରୀଙ୍କ ମତ ପରେ, ଆଜି ନନ୍ଦନକାନନରୁ ଆସିବେ ଟିମ୍

37

କନକ ବ୍ୟୁରୋ : ନିଆଳିର ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିବା ବେଳେ ଆସିଛି ବିଭାଗୀୟ ମନ୍ତ୍ରୀ ବୟାନ୍ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି-ମେଣ୍ଢା ମୃତ୍ୟୁ ପଛରେ ରହିଛି ରାମଶିଆଳ । ବନବିଭାଗର ୩ଟି ଟିମର ଛାନଭିନ୍ ପରେ ଭଅଁରାଗଡ଼ ଜଙ୍ଗଲରୁ ଠାବ ହୋଇଛି ରାମଶିଆଳିର ପାଦ ଚିହ୍ନ ଓ ଗାତ । ସନ୍ଦେହ କରାଯାଉଛି ଏହାର ଆଖପାଖ ଅଂଚଳରେ ଦଳ ବାନ୍ଧି ରହୁଛନ୍ତି ରାମଶିଆଳ ।

ସେପଟେ ଏହି ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ଏନେଇ ବନ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି । ଅସୁସ୍ଥ ମେଣ୍ଢା ଓ ଆହତ ମଣିଷଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିଆଳି ସ୍ଥିତି ସମ୍ପର୍କରେ ଆକଳନ ପାଇଁ ଆଜି ନନ୍ଦନକାନନରୁ ମଧ୍ୟ ଏକ ଟିମ୍ ନିଆଳି ଗସ୍ତ କରିବାର ସୂଚନା ମିଳିଛି ।