ନିଆଳିରେ ଧରା ପଡିଲା ‘ଅଜଣା ଜନ୍ତୁ’

122

କନକ ବ୍ୟୁରୋ: ନିଆଳିରେ ଅଜଣା ଜନ୍ତୁର ଆତଙ୍କ ଜାରି ରହିଥିବାବେଳେ ଆଜି ଏକ ରାମଶିଆଳ ଭଳି ଜନ୍ତୁକୁ ଧରିଛନ୍ତି ସ୍ଥାନୀୟ ଲୋକେ । ଏଥିରେ ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଅପରେସନ କାମ କରିପାରିନାହିଁ ବରଂ ଗାଁ ଲୋକେ କାବୁ କରିଛନ୍ତି ଏହି ରାମଶିଆଳ ଭଳି ଜନ୍ତୁକୁ । ତେବେ ଏହା ଗଧିଆ କି ରାମଶିଆଳ ତାହା ସ୍ପଷ୍ଟ ହୋଇପାରୁନାହିଁ । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ନାଁ ବୋଲି କହିଛନ୍ତି । ବନବିଭାଗ କର୍ମଚାରୀ ମାନେ ଏହି ଜନ୍ତୁଟିକୁ ଧରି ନନ୍ଦନକାନନ ନେଇଛନ୍ତି ।

ଘଟଣା ପଛରେ ରାମଶିଆଳ ଥିବା ସନ୍ଦେହ କରାଯାଉଥିଲା । ଢିହଶିଥାଳ ଗାଁର ବିଲ ଭିତରେ ରାମଶିଆଳ ଭଳି ଜନ୍ତୁ ବୁଲୁଥିବାବେଳେ କୁକୁରମାନେ ଗୋଡାଇଥିଲେ । ଏହାପରେ ଲୋକମାନେ ଏହି ଜୀବକୁ କାବୁ କରିଥିବା ଜଣାପଡିଛି । ଦୀର୍ଘଦିନ ଧରି ନିଆଳିରେ ଅଜଣା ଜନ୍ତୁର ଆତଙ୍କ ଦେଖାଦେଇଥିଲା । ଅଜଣା ଜନ୍ତୁ ନିଆଳି ଅଂଚଳରେ ପଶି ମେଣ୍ଢାର କଲିଜା ଖାଉଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –