ନିଆଳିରେ ଥମୁନି ଅଜଣା ଜୀବର ଆତଙ୍କ ! ଗତକାଲି ରାତିରେ ପୁଣି ୮ ମେଣ୍ଢାକୁ ଆକ୍ରମଣ, ଗୋବିନ୍ଦପଦାରେ ଗୋଟିଏ ମୃତ

25

କନକ ବ୍ୟୁରୋ : ନିଆଳିର ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଛି । ଆଜଣା ଜୀବକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଗତକାଲି ରାତିରେ ପୁଣି ମେଣ୍ଢାଙ୍କୁ ଆକ୍ରମଣ ହୋଇଛି । ଅଜଣା ଜୀବର ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ୮ଟି ମେଣ୍ଢା ଆହତ ହୋଇଛନ୍ତି । ଗୋବିନ୍ଦପଦାରେ ଏଭିଳି ଆକ୍ରମଣ ହୋଇଛି ।

କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ୨ ମାସ ଭିତରେ ଶହଶହ ମେଣ୍ଢାର ମୃତ୍ୟୁ ପରେ କ୍ଷତିପୂରଣ ପାଇଁ ନିଆଳି-ଫୁଲନଖରା ରାସ୍ତା ଅବରୋଧ କରିଛନ୍ତି ଲୋକେ । ବାଲିପାଟଣା ନିକଟ ଆମେଣାକୁଦ ନିକଟରେ ରାସ୍ତାରୋକ ହୋଇଛି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।