ତାମିଲନାଡୁର ୧୪ ଟି ସ୍ଥାନରେ ଏନଆଇଏର ଚଢଉ : ବହୁ ଆପତ୍ତିଜନକ ସାମଗ୍ରୀ ଜବତ

144

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲା । ଏନେଇ ତାମିଲନାଡୁର ୧୪ ଟି ସ୍ଥାନରେ ଆଜି ଏକକାଳୀନ ରେଡ୍ କରିଛି ନାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ବା ଏନଆଇଏ । ଏହି ସମସ୍ତ ସ୍ଥାନ ଗୁଡିକ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସଲାମିକ୍ ସହିତ ସଂପର୍କ ରଖିଥିବା ଅଭିଯୋଗ ଆସିବା ପରେ ଚଢଉ କରିଛି ଏନଆଇଏ । ଏହି ସ୍ଥାନ ଗୁଡିକ ସହିତ ଶ୍ରୀଲଙ୍କାରେ ହୋଇଥିବା ହୋଟେଲ ସିରିଜ ବିସ୍ଫୋରଣ ଲିଙ୍କ୍ ମଧ୍ୟ ପଦାକୁ ଆସିଥିବା ଏନଆଇଏ ସୂତ୍ରରୁ ଜଣାପଡିଛି । ତାମିଲନାଡୁର ୪ଟି ଜିଲ୍ଲା ତିରୁନେଲବେଲି, ମଦୁରାଇ, ରାମନାଥପୁରମ ଓ ଚେନ୍ନାଇର ଏହି ଚଢଉ ହୋଇଛି । ଆଇଆଏସ ଆତଙ୍କବାଦୀ ସଂଗଠନ ଅଂସରୁଲ୍ା ସହିତ ଏମାନଙ୍କର ସଂପର୍କ ସାମ୍ନାକୁ ଆସିଛି ।

ଏମାନେ ଇସଲାମିକ୍ ଆତଙ୍କବାଦୀ ସଂଗଠନର ମଡ୍ୟୁଲ ପାଇଁ ଟଙ୍କା ଯୋଗାଡ କରୁଥିଲେ । ଏହି ମାମଲାରେ ଆଗରୁ ୧୬ ଜଣଙ୍କୁ ଏନଆଇଏ ଗିରଫ କରି ତଦନ୍ତ ଚଳାଇବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ଏମାନେ ଇସଲାମିକ ଷ୍ଟେଟ୍ ପରି ସମାନ୍ତରାଳ ସଂଗଠନ ସ୍ଥାପନ ପାଇଁ ଉଦ୍ୟମ କରୁଥିଲେ । ଗତ ସପ୍ତାହରେ ହୋଇଥିବା ଚଢଉରେ ଏନଆଇଏ ୯ଟି ମୋବାଇଲ୍, ୧୫ଟି ସିମକାର୍ଡ, ୭ ମେମୋରୀ କାର୍ଡ, ୩ଟି ଲାପଟପ୍, ୫ଟି ହାର୍ଡ ଡିସ୍କ, ୬ଟି ପେନଡ୍ରାଇଭ୍, ୨ଟି ଟ୍ୟାବଲେଟ୍, ୩ଟି ସିଡି ସହ ବହୁ ପରିମାଣର ଦସ୍ତାବିଜ ଜବତ କରିଥିଲା ।