ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ମାମଲା : ଚାର୍ଜସିଟ୍ ଦାଖଲ କଲା ଏନଆଇଏ

36

କନକ ବ୍ୟୁରୋ : ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପଛରେ ମାସୁଦ ଆଜହାରର ହାତ । ମାମଲାର ତଦନ୍ତ କରୁଥିବା ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହାରକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି । ଏଥିସହ ତା ଭାଇ ରୌଫ ଅଜଗର ଓ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ନାଁ ଚାର୍ଜସିଟରେ ରହିଛି ।

ପଞ୍ଜାବ ପଠାନକୋଟର ସ୍ୱତନ୍ତ୍ର ଅଦାଲତରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ପଠାନକୋଟ ଆକ୍ରମଣ ପରେ ଆଜହାରର ଭାଇ ରୌଫ ଏକ ଭିଡିଓ ଛାଡି ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ହାତ ରହିଥିବା ଘୋଷଣା କରିଥିଲା ।

୧୯୯୯ରେ କାନ୍ଦାହାର ବିମାନ ଅପହରଣ ପରେ ରୌଫ ଆଜହାରକୁ ମୁକ୍ତ କରିବା ପାଇଁ ବାଧ୍ୟ ହୋଇଥିଲେ ଭାରତ ସରକାର । ଜାନୁଆରୀ ୨ ତାରିଖରେ ପଞ୍ଜାବ ପଠାନକୋଟରେ ଥିବା ବାୟୁସେନା ଘାଟିରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୮ଜଣ ଯବାନ ସହିଦ ହୋଇଥିଲେ ।

ଦୁଇଦିନର କମ୍ବିଂ ପରେ ୪ ଆତଙ୍କବାଦୀ ନୀହତ ହୋଇଥିଲେ । ଏନଆଇଏ ତାର ଦାବିକୁ ସୁଦୃଢ କରିବା ଲାଗି ଆତଙ୍କବାଦୀଙ୍କ ଡିଏନଏ ରିପୋର୍ଟ ମଧ୍ୟ ଦାଖଲ କରିଛି ।