ଏନଆଇଏ କବଜାରେ ଆତଙ୍କବାଦୀଙ୍କ ସହଯୋଗୀ । ପୁଲୱାମା ଆତଙ୍କବାଦୀ ହମଲାରେ ଆତଙ୍କୀଙ୍କୁ ସହଯୋଗ କରିଥିବା ସକିର ବସିର୍ ମାଗ୍ରେକୁ ଗିରଫ କଲା ଏନଆଇଏ

ଜେରାବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ସମ୍ଭାବନା

93

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ହମ୍ଲାର ଆତ୍ମଘାତୀ ଆତଙ୍କବାଦୀ ହଦିଲ୍ ଅହମ୍ମଦକୁ ଶରଣ ଦେଇଥିବା ଅଭିଯୁକ୍ତ ସକିର ବସିର୍ ମାଗ୍ରେକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ । ଏହାକୁ ଏନ୍ଆଇଏର ଏକ ବଡ଼ ସଫଳତା ବୋଲି କୁହାଯାଉଛି । ସକିର୍ ବସିର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସକ୍ରିୟ ସଦସ୍ୟ ଥିବା ଜଣାପଡ଼ିଛି । ଆତ୍ମଘାତୀ ଆତଙ୍କବାଦୀ ହଦିଲ୍ ଅହମ୍ମଦକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ବସିର ଶରଣ ଦେବା ସହିତ ଅନ୍ୟନ୍ୟା ସହାୟତା ଯୋଗାଇଥିଲା ।

ବସିର୍ ଘର ପୁଲୱାମା ବୋଲି ଜଣାଡ଼ିଛି । ବସିର ବୟସ ୨୨ ବର୍ଷ ଏବଂ ପୁଲୱାମାରେ ଏକ ଫର୍ଣ୍ଣିଚର ଦୋକାନ ରହିଛି । ୨୦୧୯ ଫେବୃୟାରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ୨୦୧୮ ଶେଷ ବେଳକୁ ଅର୍ଥାତ୍ ଆକ୍ରମଣ ଯୋଜନା ହେଉଥିବା ସମୟରେ ଶରଣ ଦେଇଥିଲା ବସିର୍ ।

ଅଦିଲ ଅହମ୍ମଦ ସହିତ ଅନ୍ୟ ଆତଙ୍କବାଦୀ ମହମ୍ମଦ ଉମର ଫାରୁକ୍ ୨୦୧୯ ଫେବୃୟାରୀ ଯାଏଁ ନିଜ ଘରେ ରଖିଥିଲା ବସିର୍ । ଏଥି ସହ ଆତଙ୍କବାଦୀଙ୍କ ବିସ୍ଫୋରଣ ବନାଇବାରେ ସହଯୋଗ କରିଥିଲା । ଏନ୍ଆଇ ତାକୁ ୧୫ ଦିନ ପାଇଁ ହେପାଜତକୁ ନେଇଛି । ଆଉ ଏହି ସମୟରେ ପୁଲୱାମା ଆତଙ୍କାବଦୀ ଆକ୍ରମଣ ଘଟଣରେ ଆଉ କିଛି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଏଏନଆଇ ।