କନ୍ଧମାଳରେ ନାବାଳିକା ମାତୃତ୍ୱ ପ୍ରସଙ୍ଗ । ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ଏନଏଚଆରସି ।

ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାର ଜଡ଼ିତ ସମ୍ପୂର୍ଣ୍ଣ ରିପୋର୍ଟ ଏନଏଚଆରସିଙ୍କୁ ଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିର୍ଦ୍ଦେଶ ହୋଇଛି ।

113

କନକ ବୁରୋ: କନ୍ଧମାଳ କୁମାରୀ ମାତୃତ୍ୱ ଘଟଣାରେ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ । ନିଜ ଆଡ଼ୁ ମାମଲା ରୁଜୁ କରି ନୋଟିସ୍ କଲେ ଏନଏଚଆରସି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାର ଜଡ଼ିତ ସମ୍ପୂର୍ଣ୍ଣ ରିପୋର୍ଟ ଏନଏଚଆରସିଙ୍କୁ ଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନିର୍ଦ୍ଦେଶ ହୋଇଛି । ଏହି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଏବଂ ପୀଡ଼ିତାଙ୍କୁ ସହାୟତା ଓ କାଉନସେଲିଂର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଜନଜାତି ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

minor girlସେପଟେ ଏହି ଘଟଣାରେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାର ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ କରିବାକୁ ଗତକାଲି ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରିଥିଲେ ଜିଲ୍ଲାପାଳ । ଏହି ଘଟଣାରେ ଗତକାଲି ୩ଜଣଙ୍କୁ ନିଲମ୍ବନ ଓ ୬ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ ଜିଲ୍ଳାପାଳ । ଦାରିଙ୍ଗିବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେବା ଖବର ପ୍ରଚାର ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

NHRCସେପଟେ ପୀଡିତାଙ୍କ ବୟାନ ଆଧାରରେ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ୍ । ପୁଲିସ ସୂଚନା ଅନୁସାରେ ନାବାଳିକା ଜଣକ ୭ ମାସ ତଳେ ଗାଁକୁ ଯାଇଥିଲେ । ସେହି ସମୟରେ ଛାତ୍ରୀଙ୍କୁ ଗାଁ ଚର୍ଚ୍ଚ ନିକଟରେ ଅଭିଯୁକ୍ତ ଶ୍ରବଣକୁମାର ପ୍ରଧାନ ଦୁଷ୍କର୍ମ କରିଥିଲେ । ଆଉ ଏସଂପର୍କରେ କାହାକୁ ନ କହିବାକୁ ଅଭିଯୁକ୍ତ ଧମକ ଦେଇଥିବା କନ୍ଧମାଳ ଏସପି ଗଣମାଧ୍ୟମ ଆଗରେ କହିଥିଲେ । ପୀଡିତା ଓ ଶିଶୁକନ୍ୟାକୁ ବାଲିଗୁଡା ପରେ ଏବେ ବ୍ରହ୍ମପୁର ମେଡିକାଲରେ ରଖାଯାଇଛି ।