ଭୁବନେଶ୍ୱର : ଏନଏଚଆରସିପକ୍ଷରୁ ୩ ଦିନିଆ କ୍ୟାମ୍ପ କୋର୍ଟ ଉଦଘାଟନ କଲେ ଏନଏଚଆରସି ଅଧ୍ୟକ୍ଷ ଏଚ.ଏଲ ଦତ୍ତୁ

38

କନକ ବ୍ୟୁରୋ : ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଭୁବନେଶ୍ୱରରେ ୩ ଦିନିଆ କ୍ୟାମ୍ପ କୋର୍ଟ ଉଦଘାଟିତ ହୋଇଛି । ଏଥିରେ ଏନଏଚଆରସି ଅଧ୍ୟକ୍ଷଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି । ଏହି ୩ ଦିନରେ ୧୩୮ଟି କେସର ଶୁଣାଣି ହେବ । ମାଲକାନଗିରି ଜିଲ୍ଳାରେ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଛନ୍ତି ଏନଏଚଆରସି ଅଧ୍ୟକ୍ଷ ଏଚ.ଏଲ ଦତ୍ତୁ । ମାଲକାନଗିରିରେ ୭୨ଟି ସ୍କୁଲର ନିଜସ୍ୱ ଘର ନଥିବା ବେଳେ ଶିକ୍ଷା ଅଧିକାର ଆଇନର ଉଂଲଘନ ହୋଇଛି । ଏହା ସହ ସୁନ୍ଦରଗଡରେ ମାନବଚାଲାଣ ଆଶାତୀତ ଭାବେ ବଢିଚାଲିଥିବା କହିଛନ୍ତି ଜାତୀୟ ମାନବଧିକାର କମିସନ ଅଧ୍ୟକ୍ଷ ।