କଟକ ବାଲିଯାତ୍ରା ପାଇଁ ଏନଜିଟିଙ୍କ ଗ୍ରୀନ ସିଗନାଲ ! ମହାନଦୀ ପଠାରେ ବାଲିଯାତ୍ରା ପାଇଁ ମିଳିଲା ସ୍ଥାୟୀ ଅନୁମତି

64

କନକ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ପାଇଁ ସବୁଜ ସଂକେତ ଦେଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ମହାନଦୀ ପଠାରେ ବାଲିଯାତ୍ରା କରିବା ପାଇଁ ଏନଜିଟିରୁ ମିଳିଛି ସ୍ଥାୟୀ ଅନୁମତି । ମହାନଦୀ କୂଳରୁ ୫୦ ମିଟର ଦୂରରେ ଯାତ୍ରା କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଯାତ୍ରାରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବାହରକୁ ନିଷେଧ କରାଯାଇଛି । ମହାନଦୀ ପଠାରେ ୪୩ ଏକର ଜମିରେ ୧୪ଶହଟି ଷ୍ଟଲ କରିବା ପାଇଁ ଏନଜିଟି ଅନୁମତି ଦେଇଛନ୍ତି । ଯାତ୍ରାରେ ପ୍ରତିଦିନ ବର୍ଜ୍ୟବସ୍ତୁ ସଫେଇ ସହ ବ୍ୟାପକ ଜନସଚେତନତା କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନଜିଟି ।

ବାଲିଯାତ୍ରା ସରିବା ପରେ ନିର୍ଦେଶ ପାଳନ ସମ୍ବଳିତ ସବିଶେଷ ତଥ୍ୟ ଏନଜିଟିରେ ଦାଖଲ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ପୂର୍ଣ୍ଣଙ୍ଗ ରାୟ ବାବଦରେ ସରକାରୀ ଆଇନଜୀବୀ ଜନ୍ମଜୟ କଟକିଆ ସୂଚନା ଦେଇଛନ୍ତି ।